ନାଉଗାଁ ବ୍ଲକର ଜୈନିକ ସରଂପଚ କ୍ୱାରେଂଟାଇନି ସେଂଟରରେ
ନାଉଗାଁ (ଓ୍ବାଇଏନ୍ଏସ୍) : ବାହାର ରାଜ୍ୟରୁ ଆସୁଥିବା ଲୋକମାନେ କରୋନା ଭୁତାଣୁରେ ସଂକ୍ରମିତ ଅଛନ୍ତି କି ନାହିଁ ଜଣିବା ପାଇଁ ୨୧ଦିନ କ୍ୱାରେଂଟାଇନି ସେଂଟର ଓ ୭ ଦିନ ହୋମ କ୍ୱାରେଂଟାନରେ ରହିବା ପାଇଁ ନିର୍ଦ୍ଦେଶ ରହିଛି । ସରକାରଙ୍କ ପକ୍ଷରୁ ପ୍ରତି ପଂଚାୟତରେ କ୍ୱାରେଂଟାଇନ ସେଂଟର ଖୋଲାଯାଇଛି । ଯାହାର ସୁପରିଚାଳନା କରିବା ପାଇଁ ପଂଚାୟତର ସରପଂଚଙ୍କୁ ଜିଲ୍ଲାପାଳ ଭାବେ ମୁଖମନ୍ତ୍ରୀ ଘୋଷଣା କରି ଦାୟିତ୍ୱ ପ୍ରଦାନ କରିଛନ୍ତି । କିନ୍ତୁ ନାଉଗାଁ ବ୍ଲକରେ ଥିବା ଏକ ପଂଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଜୈନିକ ସରପଂଚ ନିଜ ବ୍ୟବସାୟୀ କରିବା ପାଇଁ କଲିକତାରେ ରହିଥିବା ବେଳେ ଲକ ଡାଉନ ହେବାକୁ ନିଜ ପଂଚାୟତକୁ ଆସି ପାରି ନଥିଲେ । ଏବେ ନିଜ ପଂଚାୟତକୁ ଆସିବାରୁ କ୍ୱାରେଂଟାଇନ ସେଂଟରରେ ରହିବାକୁ ପଡିଥିବା ଜଣାଯାଇଛି । ସୂଚନା ଅନୁସାରେ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଣକୁ ରଖା କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଂଚାୟତର ସରପଂଚକୁ ଜିଲ୍ଲାପାଳ ଭାବେ ଘୋଷଣା କରିଛନ୍ତି । ଯାହାଫଳରେ ପଂଚାୟତରେ ଖୋଲା ଯାଇଥିବା କ୍ୱାରେଂଟାଇନ ସେଂଟର ଗୁଡିକର ସୁପରିଚାଳନା ହୋଇପାରିବ । ଏପରିକି ପଂଚାୟତରେ କରୋନାକୁ ପଶିବାକୁ ଦିଆଯିବ ନାହିଁ । କ୍ୱାରେଂଟାଇନ ସେଂଟରରେ ଯାହା କିଛି କାର୍ଯ୍ୟ ଥିବ ନିଜ ଇଛା ଅନୁସାରେ ସରଂପଚ କରିପାରିବେ । କିନ୍ତୁ ଉକ୍ତ ବ୍ଲକର ଥିବା ସଂପୃକ୍ତ ପଂଚାୟତର ଜୈନିକ ସରପଂଚ କଲିକତାରେ ନିଜ ବ୍ୟବସାୟୀରେ ଲିପ୍ତ ଥିବା ବେଳେ ଦେଶରେ ଲକ ଡାଉନ ଜାରୀ ହୋଇଥିଲା । ଯାହାଫଳରେ ଜୈନିକ ସରଂପଚ ନି ପଂଚାୟତକୁ ଆସି ପାରି ନଥିଲେ । ହେଲେ କଲିକତାରୁ ସ୍ୱତନ୍ତ୍ର ଭାବେ ଏକ ଗାଡିରେ ଆସି ଶନିବାର ଜଗତସିଂହପୁରରେ ପହଁଚିଥିଲେ । ଜିଲ୍ଲାପାଳଙ୍କ ନିଦ୍ଦେର୍ଶ କ୍ରମେ ତାଙ୍କର ସ୍ୱାବ ସଂଗ୍ରହ କରାଯିବା ପରେ ବ୍ଲକ କ୍ୱାରେଂଟାଇନ ସେଂଟର ରଖା ଯାଇଥିବା ଜଣାଯାଇଛି । ସେମାନଙ୍କର ନେଗେଟିଭ ଆସିବା ପରେ ନିଜ ପଂଚାୟତର କ୍ୱାରେଂଟାଇନ ସେଂଟରରେ ଆସି ରହିବେ । ଅନ୍ୟପଟରେ ସରକାରଙ୍କ ପକ୍ଷରୁ ମହାମାରୀ କରୋନା ସମୟରେ ସରପଂଚଙ୍କୁ ଏତେ ବଡ ଗୁରୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସରପଂଚ କିପରି ଏତେ ଦିନ ରାଜ୍ୟ ବାହାରେ ରହିଲେ । ଏବେ କ୍ୱାରେଂଟାଇନ ସେଂଟରରେ ରହିବା ପରେ କିଏ ତାଙ୍କ ଦାୟିତ୍ୱ ତୁଲାଇବେ । ଯାହାକୁ ନେଇ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।


