ଟ୍ରେନରେ ଲାଗିଲା ଆଉ ୫ ବଗି

ଭୁବନେଶ୍ୱର: କରୋନା ଲକଡାଉନର ଦୀର୍ଘଦିନ ପରେ ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡ଼ିବ ଟ୍ରେନ । ତେବେ ଏହି ଭୁବନେଶ୍ୱର- ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଆଉ ୫ଟି ବଗିକୁ ସଂଯୋଗ କରାଯାଇଛି । ଟିକେଟ ପ୍ରତି ଅତ୍ୟଧିକ ଆଗ୍ରହ ଦେଖି ୫ଟି ବଗିକୁ ଲଗାଯାଇଛି । ୩ଏସି ୪ଟି ବଗି ଓ ୨ ଏସି ଗୋଟିଏ ଅତିରିକ୍ତ ବଗି ଲଗାଯାଇଛି । ଆସନ୍ତାକାଲି ଠାରୁ ଏହି ଅତିରିକ୍ତ ବଗି ଟ୍ରେନରେ ସଂଯୁକ୍ତ କରାଯିବ । ପୂର୍ବରୁ ଟ୍ରେନରେ ୧୭ଟି ବଗି ଥିଲା । ଏବେ ଏହା ୨୨କୁ ବୃଦ୍ଧି ପାଇଛି ।
ପ୍ରକାଶ ଯେ, ୧୩ତାରିଖରୁ ଅର୍ଥାତ ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ । ସେହିପରି ୧୪ ତାରିଖରେ ନୂଆଦିଲ୍ଲୀରୁ ପ୍ରଥମ ଟ୍ରେନ ଭୁବନେଶ୍ୱର ଆସିବ । ଏହି ଟ୍ରେନ ବାଲେଶ୍ୱର, ଖଡଗପୁରର ହିଜିଳି, ଟାଟା, ବୋକାରୋ ଏବଂ କାନପୁରରେ ଅଟକିବ । ଆସନ୍ତକାଲି ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ପାଇଁ ସବୁ ଟିକେଟ୍ ବୁକିଂ ସରିଛି । ସାଧାରଣ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଗତକାଲି ୪ଟାରେ ବୁକିଂ ଆରମ୍ଭ ହୋଇଥିଲା । ତେବେ ଏତେ ସଂଖ୍ୟାରେ ଲୋକ ଆଇଆର୍ସିଟିସିର ୱେବସାଇଟ୍ ଖୋଲିଲେ ଯେ, ୱେବସାଇଟ୍ ପ୍ରଥମେ ହ୍ୟାଙ୍ଗ୍ କରିଯାଇଥିଲା । ଫଳରେ ୪ଟାରେ ବୁକିଂ ଆରମ୍ଭ ହେବା ପରିବର୍ତେ ସନ୍ଧ୍ୟା ୬ଟାରେ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା । ହେଲେ, ମାତ୍ର ଗୋଟିଏ ଘଂଟାରେ ଆସନ୍ତାକାଲିର ସବୁ ଟିକେଟ୍ ବୁକିଂ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ