କଟକରୁ ଭୁବନେଶ୍ବର ଗଡିଲା ବସ୍
ଭୁବନେଶ୍ବର : କଟକରୁ ଭୁବନେଶ୍ବର ମଧ୍ୟରେ ଗଡିଲା ଓଏସ୍ଆର୍ଟିସିର ଗୋଟିଏ ବସ୍। ସିଡିଏ-୯ ଛକରୁ ବାହାରି ସତୀଚୌରା ବାଦାମବାଡି ଦେଇ ବସ୍ଟି ଗଡିଛି । ଆଚାର୍ଯ୍ୟ ବିହାର, ଏଜି ଛକ ଦେଇ ୯ ତାଲାରେ ବସ୍ଟି ଲାଗିବ । ସରକାରୀ ଚାକିରିଆଙ୍କ ସୁବିଧା ପାଇଁ ଏହି ବସ୍ ଚାଲିଛି। ଗତକାଲି ଏହି ବସ୍ ଚାଲିବା ନେଇ ସୂଚନା ରହିଥିଲା । ଏହି ବସ୍ର ଭଡା ୩୦ ଟଙ୍କା ରହିଛି। ବସ୍ଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି । ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଛନ୍ତି । ଅପରାହ୍ନ ୫ଟା ୧୫ରେ ଭୁବନେଶ୍ବରରୁ ବାହାରି ଏହି ବସଟି କଟକ ଫେରିବ ।


