ବଟି ପାଇଁ ପୂର୍ବତନ ସରପଞ୍ଚଙ୍କୁ ଟେକି ନେଲେ

ରାଉରକେଲା: ବଟି ପାଇଁ ଦୂର୍ବୃତ୍ତମାନେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଟେକି ନେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହାଛଡ଼ା ସମ୍ପୃକ୍ତ ୪ ଜଣ ଦୁର୍ବୃତ୍ତ ୧୨ ରାଉଣ୍ଡ ଗୁଳି ଫୁଟାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ବଟି ଅଦାୟ କରିନପାରି ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି । ନୂଆଗାଁ କର୍କଟନାଣା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ଦୁର୍ବୃତ୍ତମାନେ ଗାଁ ଜାମଝରାରୁ ଟେକି ନେଇଥିଲେ । ତାଙ୍କୁ ନିକଟସ୍ଥ ପଟପ ବସ୍ତିର ପାଣିଟାଙ୍କି ନିକଟକୁ ନେଇ ଦୁର୍ବୃତ୍ତମାନେ ବଟିମାଗିଥିଲେ । ତେବେ ବଟି ଅଦାୟ କରିନପାରି ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି । ଏନେଇ ହାତୀପାରୀ ପୁଲିସ ଘଟଣାସ୍ଥଳରୁ ଖୋକା ଜବତ କରିବା ସହ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ