ସୁସ୍ଥ ହେଲେ ଆଉ ୨୭ ଆକ୍ରାନ୍ତ

ଭୁବନେଶ୍ବର: ଆଜି ଓଡିଶାରେ ଆଉ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତ କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ହୋଇଛି। ବାଲେଶ୍ଵରରେ ୯ ଜଣ , ଭୁବନେଶ୍ବରରେ ୮ ଜଣ, ଭଦ୍ରକରେ ୪ଜଣ, ଗଞ୍ଜାମରେ ୨ଜଣ, ସୁନ୍ଦରଗଡରେ ୨ଜଣ, କେଉଁଝର ଏବଂ କୋରାପୁଟରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ଥିବା ବେଳେ, ସୁସ୍ଥ ସଂଖ୍ୟା ୧୪୩ରେ ପହଞ୍ଚିଛି। ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ବର୍ତ୍ତମାନ ୩୯୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ