ବିଜୁ ଛାତ୍ର ଜନତା ଦଳ ତରଫରୁ ଅସହାୟ ଲୋକମାନଙ୍କୁ ସୁଖା ରାସନ ସାମଗ୍ରୀ, ସାବୁନ ଓ ମାସ୍କ ବଣ୍ଟନ
କଳାହାଣ୍ଡି ,(ଓ୍ବାଇଏନ୍ଏସ୍):ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ବ୍ଳକ ଅନ୍ତର୍ଗତ କାମଠଣା ପଞ୍ଚାୟତର ଘୁମେରଗୁଡା ଗ୍ରାମରେ ଗରୀବ ଓ ଅସହାୟ ଲୋକମାନଙ୍କୁ ସୁଖା ରାସନ ସାମଗ୍ରୀ, ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି । ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିବା ସହ ସାମାଜିକ ଦୂରତ୍ୱ ରଖିବା ପାଇଁ ଅନୁରୋଧ କରିଥିଲେ । କରୋନା ମହାମାରୀ ସମୟରେ ଅତି ଆବଶ୍ୟକ ସ୍ଥଳେ ଘରୁ ବାହାରିଲେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ବୋଲି ଗାଁ ଲୋକଙ୍କୁ ସଚେତନ କରାଯାଇଛି । ଏହି ଅବସରରେ ବ୍ୟକ୍ତିଗତ ସ୍ବଚ୍ଛତା କୁ ଦୃଷ୍ଟିରେ ରଖି ହାତଧୁଆ ଅଭିଯାନ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର, ଉପ ସଭାପତି ଅଭିଷେକ ମହାପାତ୍ର, କାମଠଣା ପଞ୍ଚାୟତ ୧୬ ନଂ ଓ୍ବାର୍ଡ ମେମ୍ବର ଜଗବନ୍ଧୁ ସେଠୀ, ଗନ୍ଧର୍ବ ଗଉଡ, ଜିତେନ୍ଦ୍ର ବେହେରା, ମହମ୍ମଦ ମୋସିମ, କାର୍ତୀକେଶ୍ବର ସାମଲ, ମହମ୍ମଦ ଇସମାଇଲ ପ୍ରମୁଖ ସାମିଲ ହୋଇଥିଲେ ।