ବାଲିଗୁଡା ଉପଖଣ୍ଡ ଅଞ୍ଚଳରୁ ମଧ୍ୟପ୍ରଦେଶ ଫେରିଲେ ୪୩ ଜଣ ଶ୍ରମିକ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଶ୍ୱମହାମାରୀ କରୋନା ସାରାଦେଶରେ କାୟାବିସ୍ତାର କରିଥିବାରୁ ଏହାକୁ ଦୃଷ୍ଟିରେ ରଖି ଲକଡାଉନ କରାଯାଇଛି | ପେଟ ପାଟଣା ପାଇଁ କନ୍ଧମାଳକୁ ଆସି ଲକଡାଉନ ସମସ୍ୟା ଓ ଗାଡି ଚଳାଚଳ ବନ୍ଦଥିବାରୁ ନିଜ ଭିଟାମାଟିକୁ ଯାଇ ନ ପାରି ଫସି ରହିଥିଲେ ଭୋକଉପବାସରେ ପଡିରହିଥିଲେ |ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ବାଲିଗୁଡା ଓ ରାଇକିଆରେ ରଖାଯାଇଥିଲା ଓ ଉତ୍ତମ ଭାବରେ ଖାଇବା ପିଇବା ବନ୍ଦବୋସ୍ତ କରାଯାଇଥିଲା | ଦୀର୍ଘ ଦିନ ହେବ ଶ୍ରମିକମାନେ ଘରକୁ ଯିବାକୁ ଚାଁହୁଥିଲେ ଇ-ପାସ ଜରିଆରେ ସେମାନଙ୍କୁ ଜ଼ିଲ୍ଲା ପ୍ରଶାସନ ଅନୁମତି ଦେବାପରେ ଏନ ଏ ସି ପକ୍ଷରୁ ବାଲିଗୁଡାରୁ ୨୯ଜଣ ଓ ରାଇକିଆରୁ ୧୪ଜଣ ଶ୍ରମିକଙ୍କୁ ସେମାନଙ୍କୁ ମଧ୍ୟପ୍ରଦେଶର ସାଗର ଜ଼ିଲ୍ଲା ରହତଗଡ଼ ଗାଁକୁ ଏକ ବସଯୋଗେ ସନ୍ଧ୍ୟାରେ ପଠାଇ ଦିଆଯାଇଛି |ବାଲିଗୁଡା ଏନ ଏ ସି ଅଧକ୍ଷ ଲୋକନାଥ ପାଢ଼ୀ, ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଶାନ୍ତିମୈତ୍ରୀର ସମ୍ପାଦକ ଭଗବାନ ଜେନା ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ହଲାଇ ଗନ୍ତବ୍ୟ ପଥର ଶୁଭାରମ୍ଭ କରିଥିଲେ |