ବଛାଳୋ ପଞ୍ଚାୟତରେ ହିତାଧିକାରୀଙ୍କୁ କମ କିରୋସିନ ପ୍ରଦାନ, ସରିଲା ତଦନ୍ତ କାର୍ଯ୍ୟାନୁଷ୍ଠାନ କେବେ ?

ନାଉଗାଁ, (ୱାଇଏନ୍‌ଏସ୍‌): ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତରେ ହିତାଧିକାରୀମାନଙ୍କୁ କାର୍ଡ ପିଛା କମ କିରୋସିନ ତେଲ ପ୍ରଦାନ କରାଯାଉଥିବା ହିତାଧିକାରୀମାନେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ୨ ମେ ୨୦୨୦ରେ ଲିଖିତ ଅଭିଯୋଗ କରିଥିଲେ । ହିତାଧିକାରୀ ଗୋବିନ୍ଦ ବାଉତ, ଓାର୍ଡ ସଭ୍ୟ ସଂଜୟ ଦାସ,ସୁକାନ୍ତ ବାଉତ,ବିଜୟ ଦାସ,ବାଇଧର ମଲିକ,ହେନା ଦାସ,ଗୈାତମ ଦାସ,ସୀତା ମଲିକ ,ନିତ୍ୟାନନ୍ଦ ମଲିକ,ପ୍ରତାପ ଦାସ,ପ୍ରତିମା ଦାସ,ଶାନ୍ତି ବାଉତ,ଏକାଦଶୀ ନାୟକ,ଝାଟୁ ବାରିକ,କବିତା ବାଉତ,ନାରାୟଣ ନାୟକ,ପ୍ରମୋଦ ବାଉତ ଆଦିଙ୍କ ସ୍ୱାକ୍ଷରରେ ଅଭିଯୋଗକୁ ଭିତି କରି ବିଡିଓ ବ୍ଳକ ଯୋଗାଣ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ୧୪ ମେ ୨୦୨୦ ରେ ବ୍ଳକ ଯୋଗାଣ ଅଧିକାରୀ ନିଳିମା ମହାନ୍ତି ହିତାଧିକାରୀଙ୍କ ଅଭିଯୋଗ ମୁତାବକ ତଦନ୍ତ କରି ୨୯ ଜଣ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ଖାତାକୁ ନେଇଥିଲେ । ଯେଉଁ ଖାତାରେ ସରକାରଙ୍କ ଧାର୍ଯ୍ୟ ରହିଥିବା ତେଲ ଠାରୁ କମ ତେଲ ଦର୍ଶାଯାଇଥିବା ଦେଖାଯାଇଛି । ତଦନ୍ତ ସରିଥିବା ବେଳେ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହାକୁ ହିଁ ଅପେକ୍ଷା ରହିଛି । ସୂଚନା ମୁତାବକ ଉକ୍ତ ପଂଚାୟତରେ ନିଯୁକ୍ତ ଡିଲର କେଦାରନାଥ ଲେଙ୍କା ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ହିତାଧିକାରୀମାନଙ୍କୁ କମ ପରିମାଣର ତେଲ ପ୍ରଦାନ କରୁଛନ୍ତି । ସରକାରୀ ନିୟମାନୁସାରେ କାର୍ଡ ପିଛା ୧ଲିଟର ୮ଶହ ମିଲି ଲିଟର ତେଲ ପ୍ରଦାନ କରିବା କଥା । କିନ୍ତୁ ସଂପୃକ୍ତ ଡିଲର କାର୍ଡ ପିଛା ୧ଲିଟର ୫ ଶହ ମିଲି ଲିଟର ତେଲ ପ୍ରଦାନ କରୁଥିବା ବେଳେ ଲିଟର ପିଛା ୩୦ ଟଙ୍କା ନେଉଅଛି । ତେଣୁ ଉକ୍ତ ଡିଲରର ହିତାଧିକାରୀ ମାନଙ୍କୁ ଏପରି ଶୋଷଣ ମନୋଭାବ ରେ ସାଧାରଣ ଉପଭୋକ୍ତା ହଇରାଣ ହେଉଛନ୍ତି । ଉକ୍ତ ଡିଲର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ