ଚା’, କଫି ଭଳି ପିଆଯାଏ କୋବ୍ରା ରକ୍ତ

ସାପକୁ ଭୋଜନ ଭାବେ ପ୍ରୟୋଗ କରିବା କିଛି ଦେଶରେ ପ୍ରଚଳିତ ରହିଛି । ଅନେକ ଦେଶରେ ସେନାଙ୍କୁ କୌଣସି ବିପଦଜ୍ଜନକ ପରିସ୍ଥିତିରେ ନିଜ ଜୀବନ ବଞ୍ଚାଇବାକୁ ସାପକୁ ମାରି ଖାଇବାର ପ୍ରଶିକ୍ଷଣ ମଧ୍ୟ ଦିଆଯାଏ । ମହିଳାମାନେ ଏହାକୁ ନିଜ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇଁ ପିଇଥାନ୍ତି । ଜାକର୍ତ୍ତାର ଅଧିକାଂଶ ସ୍ଥାନରେ କୋବ୍ରା ରକ୍ତ ବିକ୍ରି କରାଯାଇଥାଏ । କିନ୍ତୁ ଇଣ୍ଡୋନେସିଆର ଜାର୍କାରେ ବିଷାକ୍ତ କୋବ୍ରା ସାପର ରକ୍ତପାନ କରିବା ପରମ୍ପରା ସବୁଠୁ ଅଲଗା ଏବଂ ଭୟାନକ । ଏହା ପ୍ରଥମ ଦେଶ ଯେଉଁଠାରେ କୋବ୍ରା ରକ୍ତକୁ ଚା’ ଏବଂ କଫି ଭଳି ପିଆଯାଇଥାଏ । ସକାଳ ୫ଟାରୁ ରାତି ୧୧ଟା ଯାଏ ଏହି ଦୋକାନ ଖୋଲା ରହିଥାଏ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଏଠାକାର ଲୋକଙ୍କ ବିଶ୍ୱାସ କୋବ୍ରା ରକ୍ତ ପିଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ସୁସ୍ଥସବଳ ରହିଥାଏ । କୌଣସି ପ୍ରକାରର ରୋଗ ହେବାର ଆଶଙ୍କା ନ ଥାଏ । ସକାଳ ଓ ସନ୍ଧ୍ୟାରେ ଲାକେ ଏହାକୁ ଚା’ କଫି ଭଳି ପିଇ ମନକୁ ଶାନ୍ତି କରିଥାନ୍ତି । ଲୋକଙ୍କ ଚାହିଦାକୁ ଦେଖି ପ୍ରତିଦିନ ଦୋକାନୀମାନେ ହଜାର ହଜାର ସାପଙ୍କ ହତ୍ୟା କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ