କାଳବୈଶାଖୀର ତାଣ୍ଡବ ଲୀଳା :ବ୍ୟାପକ କ୍ଷୟକ୍ଷତି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୂତିପଡା ଓ ବଲସକୁମ୍ପା ପଞ୍ଚାୟତରେ ବାରପୁଲିୟା ଠାରୁ ପାକନା ଗାଁ କୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ରାସ୍ତାର ବିଭିନ୍ନ ସ୍ଥାନରେ ଡାଳ ଭାଙ୍ଗି ପଡିରହିଥିବା ବେଳେ ଡଲାବାଲି ଠାରେ ବିରାଟ କାୟ ଗଛ ରାସ୍ତା ଉପରେ ପଡ଼ି ଯାତାୟାତ ବନ୍ଦ ରହିଛି। ଅଭିମନ୍ୟୁ ପ୍ରଧାନ, ଜଗଦୀଶ ଦେହୁରୀ, ରାମଚନ୍ଦ୍ର କହଁର ଏବଂ ସୁରେନ୍ଦ୍ର ଦିଗାଲଙ୍କ ଘର ଛପର ଉଡ଼ି ଯାଇଥିବାବେଳେ ଜହ୍ନି, ଲାଉ, କଲରା ଓ ଅମୃତ ଭଣ୍ଡା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ