ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ,ମାସ୍କ ବଣ୍ଟନ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମହାମାରୀ ଅଦୃଶ୍ୟ ଭୂତାଣୁ ସଂକ୍ରମଣକୁ ମୁକାବିଲା ପାଇଁ ସରକାର ଲକ୍ ଡାଉନ୍ ଜାରି କରିଛନ୍ତି ।ଦିର୍ଘ ୪୫ ଦିନ ଲକ୍ ଡାଉନ୍ ନେଇ ପ୍ରବାସୀ ଶ୍ରମିକ ସେ ଖାଦ୍ୟ,ରହଣୀ, ସ୍ୱାସ୍ଥ୍ୟ,ଅଭାବ ଅନାଟନ ନେଇ ବିଭିନ୍ନ ସମସ୍ୟାରେ ଜର୍ଜରିତ ଶେଷରେ କିଏ ଚାଲି ଚାଲି, କିଏ ସାଇକେଲରେ, କିଏ ଟ୍ରକରେ,କିଏ ଡ଼ଙ୍ଗାରେ ଘର ମୁହାଁ ହୋଇଛନ୍ତି । କେବେ କରୋନା ଦୂର ହେବ କେବେ ଲକ୍ ଡାଉନ୍ ହଟିବ କେବେ ଅଖ ଚକ ଗଡିବ ସେହି ଅନିଶ୍ଚିତତା ନେଇ ପ୍ରବାସୀ ଶ୍ରମିକ ହଜାର ହଜାର କିମି ରାସ୍ତା ଜୀବନକୁ ପାଣି ଛଡାଇ ଚାଲିଛନ୍ତି । ଏହିଭଳି କରୁଣ,ଲୋତକ ଭରା ଦୃଶ୍ୟ ଭାରତରେ ଦେଖିବାକୁ ମିଳୁଛି । ମୟୂରଭଂଜ ଜିଲ୍ଲାର ଓଡ଼ିଶା ସିମାନ୍ତ ତିରିଂ ଥାନା ପାର ହୋଇ ପ୍ରବାସୀ ଶ୍ରମିକ ଓଡ଼ିଶା ଆସିବା ସହ ବାହାର ରାଜ୍ୟର ପ୍ରବାସୀ ଶ୍ରମିକ ଝାଡ଼ଖଣ୍ଡ ରାଜ୍ୟକୁ ଯାଉଛନ୍ତି ।ଏହି ବାଟୋଇ ଶ୍ରମିକଙ୍କ ଜୀବନ ଯନ୍ତ୍ରଣା କଷ୍ଟ, ଭୋକିଲା ଆର୍ତ୍ତ କରୁଣ ଲୋତକପୁର୍ଣ୍ଣ ମୁହଁକୁ ଦେଖି ସହାୟତାର ହାତ ବଢ଼ାଇଛନ୍ତି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍କଳ ବିପନ୍ନ ସହାୟତା ସମିତି’ ଏବଂ ତିରିଂ ଅଂଚଳର ଜୟ ମା’ ଦୁର୍ଗା ୟୁଥ୍ ସୋସାଇଟି’ । ଦୁଇଟି ଅନୁଷ୍ଠାନର ଆଜିର ସହାୟତା କାର୍ଯ୍ୟକ୍ରମକୁ ଓଡ଼ିଶା ସିମାନ୍ତ ଫାଟକ ତିରିଂଠାରେ ତିରିଂ ଥାନା ଅଧିକାରୀଣୀ ହାରାମଣୀ ହାଁସଦା ଫିତା କାଟି ଉଦଘାଟନ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତାମାନେ ଶୁଖିଲା ଖାଦ୍ୟ ଚୂଡା ବିସ୍କୁଟ,ପାଣି,ମାକ୍ସ,ସାନିଟାଇଜେସନ ସବୁ ବିପନ୍ନ ମାନଙ୍କୁ ବଣ୍ଟନ କରିଥିଲେ । ଉତ୍କଳ ବିପନ୍ନ ସହାୟତା ସମିତିର ଏହି ସମାଜସେବା କାର୍ଯ୍ୟକ୍ରମକୁ ତିରିଂବାସୀ ପ୍ରଶଂସା କରିଛନ୍ତି ।କାର୍ଯ୍ୟକ୍ରମରେ ବସନ୍ତ ମହାପାତ୍ର,ରାଧା ମହାନ୍ତ,ରାଜୀବ ଲୋଚନ ସିଂ,ତାପସ ରଂଜନ ମହାନ୍ତ, ସରୋଜ ବାରିକ,ଦୀପକ ମହାନ୍ତ,ଜଗଦୀପରାଜ କ୍ଷେତ୍ରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


