ଜିଲ୍ଲାପାଳଙ୍କ ସହ ବିଧାୟକମାନଙ୍କ କରୋନା ଓ ଅମ୍ଫାନ ବାତ୍ୟା ପ୍ରସ୍ତୁତିର ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟରେ ରବିବାର କରୋନା ମୁକାବିଲା ଓ ଅମ୍ଫାନ ବାତ୍ୟା ପାଇଁ କିଭଳି ପ୍ରସ୍ତୁତି କରାଯାଇଛି ସେ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ଆଳି ବିଧାୟକ ପ୍ରତାପ କେଶରୀ ଦେବ,ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାରେ ଓଡ୍ରାଫ ଟିମକୁ ମୃତୟନ କରାଯିବା ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯିବା,ବେସାମରିକ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ପଂଚାୟତ ମୁଖ୍ୟାଳୟରେ ଖାଦ୍ୟ ସାମଗ୍ରୀ ସମେତ କିରୋସିନ ମହଜୁଦ ରଖିବା,ପଶୁସମ୍ପଦ ବିଭାଗ ପକ୍ଷରୁ ଗୋଖାଦ୍ୟ ଯୋଗାଇଦେବାକୁ ପ୍ରସ୍ତୁତି ପ୍ରଭୃତି ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ । ଏଥିସହିତ କରୋନା ସଂକ୍ରମଣ ଜନିତ ବାହାର ରାଜ୍ୟରୁ ଏହି ଜିଲ୍ଲାକୁ ଆସିଥିବା ପ୍ରବାସୀମାନଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକ ଅଧିନରେ ଥିବା ପଂଚାୟତ ଓ ପୈାରାଚଂଳର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସେମାନଙ୍କୁ ଆବଶ୍ୟକ ଖାଦ୍ୟ ଓ ଚିକିତ୍ସା ପ୍ରଭୃତି ଯୋଗାଇ ଦିଆଯାଉଥିବା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ବିଧାୟକମାନେ ଜିଲ୍ଲାପାଳଙ୍କୁ କହିଥିଲେ ଯେ ଆମ ଜିଲ୍ଲାର ଯେଉଁ ପ୍ରବାସୀମାନେ ବିଭିନ୍ନ ରାଜ୍ୟରେ ଅଛନ୍ତି ସେମାନଙ୍କୁ ଏକ ସ୍ୱତନ୍ତ୍ର ରେଳ ଯୋଗେ ସେଠାରୁ ଆଣିବାର ବ୍ୟବସ୍ଥା କରିବା, ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀମାନଙ୍କ ଖାଇବା ଓ ପିଇବା ପ୍ରତି ବିଶେଷ ଧ୍ୟାନଦିଆଯିବା , ବିଧାୟକ ଆଚଂଳିକ ଉନ୍ନୟନ ପାଣ୍ଠି ଅନୁଦାନରେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳିରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ କିଣାଯାଇ କରୋନା ତଥା ପରବର୍ତ୍ତି ଆବଶ୍ୟକତା ପାଇଁ ରଖାଯିବା ଓ ସମ୍ଭାବ୍ୟ ଅମ୍ଫାନ ବାତ୍ୟା ପରିପ୍ରେକ୍ଷୀରେ ଆସନ୍ତା ୧୯ତାରିଖ ସଂନ୍ଧ୍ୟା ସୁଦ୍ଧା ବିପନ୍ନ ହେବାକୁ ଥିବା ସମସ୍ତ ପରିବାର ଗୁଡିକୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ଏବଂ ଆମ ଜିଲ୍ଲାର ଯେପରି ଶୂନ୍ୟ କାଜୁଆଲିଟି ହୁଏ ସେଥିପ୍ରତି ବିଶେଷ ଧ୍ୟାନଦେବା ପ୍ରଭୃତି ସମ୍ପର୍କରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ