ଫସିରହି ଥିବା ପ୍ରବାସୀ ଓଡ଼ିଆଙ୍କୁ ପ୍ରଶାସନ ତରଫରୁ ସଚେତନତା…

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ରାଜ୍ୟରେ ଚାଲିଥିବା ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରେ ହଜାର ହଜାର ପ୍ରବାସୀ ଓଡ଼ିଆ ରହିଯାଇଛନ୍ତି l ଏ ନେଇ ପ୍ରବାସୀ ଓଡ଼ିଆଙ୍କ ଆସିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଥିବାରୁ ପ୍ରବାସୀ ନିଜ ଘରକୁ ଫେରିଆସୁଛନ୍ତି l ଏଭଳି ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ l ବାଲିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ୯ଜଣ ପ୍ରବାସୀ, ଦାରିଙ୍ଗବାଡିର ଜଣେ ପ୍ରବାସୀ ଓ ମାଲକାନଗିରି ଜିଲ୍ଲାର ଜଣେ ପ୍ରବାସୀ ସୁନ୍ଦରଗଡ଼ ଜିଲ୍ଲା କୁଆରୀମୁଣ୍ଡାରୁ ଏକ ବସ ଯୋଗେ ବାଲିଗୁଡ଼ା ପୀଡ଼ବ୍ଲୁଡ଼ି ଛକରେ ପହଞ୍ଚିଥିଲେ l ଖବର ପାଇ ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ପ୍ରବାସୀ ମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଟେଷ୍ଟ ରିପୋର୍ଟ ଚେକ କରିବା, ସଂଗରୋଧ ଗୃହରେ ରହିବା ନିମନ୍ତେ କୁହାଯିବା ସହ କରୋନା ସମ୍ପର୍କୀୟ ସମସ୍ତ ବିଷୟ ସଚେତନ କରାଇଥିଲେ l ପ୍ରବାସୀଙ୍କୁ ନିଜ ଘରକୁ ଯିବା ପାଇଁ ବାଲିଗୁଡ଼ା ତହସିଲଦାର କ୍ଷିରବ୍ଧତନ୍ନୟା ସାହୁ ଜରୁରୀ କାଳୀନ ଅଟୋ ସେବାର ସଭାପତିଙ୍କୁ ଡକାଇ ବ୍ୟବସ୍ଥା କରି ପଠାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ