ସରକାରଙ୍କ ନିୟମକୁ ଅଣଦେଖା କରାଯାଉଛି କମଳାପୁର ନାକା ପଏଂଟରେ
ମୋହନା (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଳକ ଦେଇ ପ୍ରତ୍ୟେକ ଦିନ ପରିବାର ଗାଡି, ରୁଟି ଗାଡି, ମେଡିସନ ଗାଡି, କିରାନି ସାମାନ, ଗ୍ୟାସ ଗାଡି ଯାତାୟତ କରିଥାଏ । ଏପରିକି ଅତିଆବଶ୍ୟକରେ ଡାକ୍ତର, ରୋଗୀମାନେ ଯୀବା ଆସିବା କରିଥାନ୍ତି । ହେଲେ ଏମାନଙ୍କୁ ନାକା ପଂଏଟରେ ବହୁ ଦୁବ୍ୟବହାର ମଧ୍ୟ କରାଯାଉଛି । ଏପିରି ଅନ୍ୟପଟେ ଜିଲ୍ଲାରୁ ଜିଲ୍ଲାକୁ ଯୀବା ପାଇଁ ପାସର ଆବଶ୍ୟକତା ନାହି ବୋଲି କମିସନର ସୁଧାଂଶୁ ସଡଙ୍ଗୀ ଟ୍ୟୁଟ କରି ଜଣାଇଥିଲେ ଏବଂ ନିଜ ଭିତରେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧି ଯାତାୟତ କରିପାରିବେ ବୋଲି କହିଛନ୍ତି । ସେପରି ଗଜପତି ଜିଲ୍ଲାପାଳ ଚତୁର୍ଥ ଲକଡାଉ୍ନରେ ଘୋଷଣା କରିଛନ୍ତି ଯେ ସକାଳ ୭ ରୁ ୧୧ ଟା ପର୍ଯ୍ୟନ୍ତ ଅତି ଆବଶ୍ୟକୀୟ ଦୋକାନ ବଜାର ଖୋଲାଯିବା ସନ୍ଧ୍ୟା ସମୟରେ ୪ ରୁ ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ହୋଟେଲ ଗୁଡିକରେ ପାର୍ଶଲ ସୁବିଧା କରିପାରିବେ, ଖେଳ ପଡିଆରେ ସାମାଜିକ ଦୂରତା ରଖି ଖେଳି ପାରିବେ କିନ୍ତୁ ଦର୍ଶକ ଯାଇ ପାରିବେ ନାହିଁ । ଅତି ଆବଶ୍ୟକରେ ଡାକ୍ତର, ରୋଗୀ, କିରାନୀ ବ୍ୟବସାୟୀ, ପରିବା ବ୍ୟବସାୟୀ, ରୁଟି ବ୍ୟବସାୟୀ ଏମାନେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେ କିନ୍ତୁ ଏହି ନିୟମକୁ ନାକା ପଏଂଟରେ ଥିବା ଶିକ୍ଷକମାନଙ୍କ ଦ୍ୱାରା ସ୍ଥାନୀୟ ତହସିଲଦାର କିଛି ଦିନ ତଳେ ଏକ କିରାନୀ ସାମଗ୍ରୀ ନେଇ ଆସୁଥିବା ଗାଡିକୁ ୨ ଘଂଟା କାଳ ଅଟକାଇ ରଖିଥିବା ଯୋଗୁଁ ଉପର ମହଲାରୁ ଗଜପତି ପୁଲିସକୁ ଫୋନ କରି ତୁରନ୍ତ ଉକ୍ତ କିରାନୀ ଗାଡି ଗୁଡିକୁ ଛାଡିବା ପାଇଁ କୁହାଯାଇଥିଲା । ସେପରି ଦୁବ୍ୟବହାର କରୁଥିବା ପରିବା ବ୍ୟବସାୟୀମାନେ ବ୍ରହ୍ମପୁରର ତାଙ୍କ ସଂଘରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପରିବା ବ୍ୟବାସୟୀ ସଭାପତି କହିଛନ୍ତି ଏପ୍ରକାର ଦୁବ୍ୟବହାର ହେଲେ ଗଜପତି ଜିଲ୍ଲାକୁ କୌଣସି ପ୍ରକାର ପରିବା ନେବାର ସୁବିଧା ଦିଆଯିବ ନାହି ବୋଲି କହିଛନ୍ତି । ତେବେ ଏହା ପ୍ରତି ଜିଲ୍ଲାପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାଙ୍କୁ ଅଂଚଳବାସୀ ଅପେକ୍ଷାରେ ଅଛନ୍ତି ।


