ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ

ଯାଜପୁର, ( ଯୁଗାବ୍ଦ ନ୍ୟୁଜ୍) : ଗଭୀର ଅଧ୍ୟବସାୟ ଓ ଆତ୍ମ ବିଶ୍ୱାସ ଯେ କୈାଣସି କଠିନ କାର୍ଯ୍ୟକୁ ସହଜ କରିପାରେ । ତେଣୁ ନିଜର ଦକ୍ଷତାକୁ ପ୍ରକଟ କରିବାର ପ୍ରତିଟି ସୁଯୋଗର ସଦ୍ ବ୍ୟବହାର କରିବାକୁ ବକ୍ତାମାନେ ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ା ସ୍କୁଲ ଠାରେ ଓଡିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ପ୍ରତ୍ୟେକ ପିଲା ମଧ୍ୟରେ ପ୍ରତିଭା ରହିଚ୍ଥି ବୋଲି କହିଥିଲେ । ବର୍ତ୍ତମାନ ସମାଜରେ କେବଳ ପାଠ ନୁହେଁ ଅନ୍ୟନ୍ୟ ବହୁ କ୍ଷେତ୍ରରେ ନିଜକୁ ଶ୍ରେଷ୍ଠ କରି ଗଢିବାରେ ଅନେକ ସୁଯୋଗ ରହିଚ୍ଥି । ତେଣୁ ପିଲାଟି ତା ନିଜ ଇଚ୍ଚ୍ଥା ଓ ଆଗ୍ରହ ଅନୁସାରେ ସେହି କ୍ୟାରିୟରକୁ ଚୟନ କରି ସପଂଳ ହେବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଳ୍ା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଚ୍ଥାତ୍ର ଚ୍ଥାତ୍ରୀ ମାନେ ଦେଶର ସମ୍ୱଳ । ସେମାନେ ସେମାନଙ୍କର ପ୍ରତିଭାର ଉନ୍ମେଷ ପାଇଁ ସବୁ ବେଳେ ନିଜକୁ ପ୍ରସ୍ତୁତ ରଖିବାକୁ ଆହ୍ୱାନ ଦେଇଥିଲେ । ଏକାଡେମୀ ପ୍ରତିଷ୍ଠା ଦିବସ ଜୁଲାଇ ୨୫ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ଯାଜପୁର ଜିଲ୍ଳ୍ାର ସମସ୍ତ ବ୍ଳ୍କ ଓ ପୈାରାଞ୍ଚଳରୁ ପ୍ରତିଯୋଗିତା ମାଧ୍ୟମରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଅଣାଯାଇ ଜିଲ୍ଳ୍ା ସ୍ତରରେ ପ୍ରତିଯୋଗିତା କରାଯାଇଥିଲା । ଏହାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ଜିଲ୍ଳ୍ା ସ୍ତରରେ ପୁରସ୍କୃତ କରାଯାଇଥିଲା । କନିଷ୍ଠ ବର୍ଗର ଓଡିଆ ବକ୍ତୃତା ପ୍ରତିଯୋଗିତାରେ ହରି ସାମନ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁପ୍ରଭା ପଟ୍ଟନାୟକ ପ୍ରଥମ, ଆପେକ୍ସ ଇଂଲିଶ ମିଡିୟମ ସ୍କୁଲ, ବୈଦ୍ୟରାଜତ୍ପରର ବି. ରାଜରାଜେଶ୍ୱୀ ଦ୍ୱିତୀୟ ଓ ନିଳକଣ୍ଠପୁର ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟ, ଜାରକାର ସାଇ ସୁଲଗା୍ନ ନନ୍ଦ ତୃତୀୟ, ପ୍ରବନ୍ଧ ପ୍ରତିଯୋଗିତାରେ ଗଣେଶ୍ୱରପୁର ନୋଡାଲ ୟୁ.ପି. ସ୍କୁଲର ଜ୍ୟୋତିସ୍ମିତା ଦାଶ ପ୍ରଥମ, ବୈଦ୍ୟରାଜପୁର ନୋଡାଲ ଊଚ୍ଚ ପ୍ରାଥମିକ ବିଦ୍ୟାଳୟର ମୃତ୍ୟୁଞ୍ଜୟ ବାରିକ ଦି୍ୱତୀୟ, ହରିପୁର ଊଚ୍ଚ ପ୍ରାଥମିକ ବିଦ୍ୟାଳୟର ତନୁଶ୍ରୀ ବରାଳ ତୃତୀୟ, କବିତା ଆବୃତ୍ତି ପ୍ରତିଯୋଗିତାରେ ବିଦ୍ୟାଧରପୁର ନୋଡାଲ ପ୍ରାଥମିକ ବିଦ୍ୟାଳୟର ଭାଗ୍ୟସ୍ମିତା ସାହୁ ପ୍ରଥମ, ବୈଦ୍ୟରାଜପୁର ନୋଡାଲ ଊଚ୍ଚ ପ୍ରାଥମିକ ବିଦ୍ୟାଳୟର ବର୍ଷା ସାହୁ ଦ୍ୱିତୀୟ, ଊତ୍ତରପ୍ରତାପ ୟୁ.ପି. ସ୍କୁଲର ଲୋପାମୁଦ୍ରା ତ୍ରୀପାଠୀ ତୃତୀୟ, ସାଧାରଣ ଜ୍ଞାନ ଓ ଇଂରାଜୀ ରୁ ଓଡିଆ ଅନୁବାଦ ପ୍ରତିଯୋଗିତାରେ ସରକାରୀ ୟୁ.ଜି.ଏଚ୍.ଏସ୍. ର ଅନନ୍ତ କିଶୋର ସାହୁ ପ୍ରଥମ, ଆର୍.ସି. ନୋଡାଲ ୟୁ.ପି. ସ୍କୁଲର ଶାଲନା ଖାତୁନ ଦ୍ୱିତୀୟ ଓ ଅନନ୍ତ ଗୋପାଳ ନୋଡାଲ ଊଚ୍ଚ ପ୍ରାଥମିକ ବିଦ୍ୟାଳର କିରଣ କୁମାର ରାଉତ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ସେହିପରି ବରିଷ୍ଠ ବର୍ଗର ଓଡିଆ ବକ୍ତୃତା ପ୍ରତିଯୋଗିତାରେ ମୁରଲୀଧର ନୋଡାଲ ଉଚ୍ଚ ବିଦ୍ୟାଳୟର ଅଙ୍କିତା ପରିଡା ପ୍ରଥମ, ଯାଜପୁର ଜିଲ୍ଳ୍ା ସ୍କୁଲର ବର୍ଷା ପ୍ରିୟଦର୍ଶିନୀ ମହାନ୍ତି ଦ୍ୱିତୀୟ, ଖଣ୍ଡିତର ଉଚ୍ଚ ବିଦ୍ୟାଳୟର ଦିବ୍ୟ କଲ୍ୟାଣୀ ପଣ୍ଡା ତୃତୀୟ, ପ୍ରବନ୍ଧ ପ୍ରତିଯୋଗିତାରେ ଯାଜପୁର ଜିଲ୍ଳ୍ା ସ୍କୁଲର ଶକ୍ତିରୂପା ଦାସ ପ୍ରଥମ, ନୀଳକଣ୍ଠପୁର ଉଚ୍ଚ ବିଦ୍ୟାଳୟର ସାଇସ୍ମିତା ସର ଦ୍ୱିତୀୟ ଓ ପି.ସି.ବି. ଉଚ୍ଚ ବିଦ୍ୟାଳୟ, ଅଡଙ୍ଗର ସୁନିତା ସାହୁ ତୃତୀୟ, କବିତା ଆବୃତ୍ତି ପ୍ରତିଯୋଗିତାରେ ଅବଦଲପୁର ଉଚ୍ଚ ବିଦ୍ୟାଳୟର ଏଲିଜା ପ୍ରିୟଦର୍ଶିନୀ ମହାପାତ୍ର ପ୍ରଥମ, ବୈଦ୍ୟରାଜପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମହେଶ ସାହୁ ଦ୍ୱିତୀୟ, ବରୁଆଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜ୍ୟୋସ୍ନାରାଣୀ ଦାସ ତୃତୀୟ, ସାଧାରଣ ଜ୍ଞାନ ଓ ଓଡିଆ ଅନୁବାଦ ପ୍ରତିଯୋଗିତାରେ ଖରସ୍ରୋତା ଉଚ୍ଚ ବିଦ୍ୟାଳୟର ରୋଜାଲିନ ସ୍ୱାଇଁ ପ୍ରଥମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସାଇ ପ୍ରିୟା ଉପାଧ୍ୟାୟ ଦ୍ୱିତୀୟ ଏବଂ ଧର୍ମଶାଳା ୟୁ.ଜି.ପି୍.ଏଲ୍.ଏନ୍. ସ୍କୁଲର ମାନସୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ଏଥିରେ ଶିକ୍ଷାବିତ୍ ଦାମୋଦର ବେହେରା, ଡଃ ରୁଦ୍ର ନାରାୟଣ ପୃଷ୍ଟି, ମହେଶ୍ୱର ପାଢୀ, କୈଳାସ ଚନ୍ଦ୍ର ବେହେରା, ଡଃ. ଜ୍ଞାନ ରଂଜନ ପତି, କେଶବ ଚରଣ ନାୟକ, ରମାକାନ୍ତ ସାହୁ, ଶ୍ରୀଧର ନାୟକ, ଶରତ କୁମାର ସାହୁ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗିତାରେ ମୂଲ୍ୟାଙ୍କନ କରିଥିଲେ । ଜିଲ୍ଳ୍ା ସ୍ତରର କନିଷ୍ଠ ବର୍ଗର ସମସ୍ତ ପ୍ରଥମ ପ୍ରତିଯୋଗୀ ଜୁଲାଇ ୭ ତାରିଖରେ ଓ ବରିଷ୍ଠ ବର୍ଗର ସମସ୍ତ ପ୍ରଥମ ପ୍ରତିଯୋଗୀ ଜୁଲାଇ ୧୪ ତାରିଖରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ରାଜ୍ୟ ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ଜୁଲାଇ ୨୫ ତାରିଖରେ ରବିନ୍ଦ୍ର ମଣ୍ଡପ ଠାରେ ପୁରସ୍କୃତ କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ