ପାୱାର ପ୍ଲାଣ୍ଟ ପରଫରମାନ୍ସ୍ ଆୱାର୍ଡ଼ ୨୦୧୯ ରେ ଡ଼ାଲମିଆ ସିମେଣ୍ଟ

ରାଜଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ )- ପାୱାର ପ୍ଲାଣ୍ଟ ପରଫରମାନ୍ସ୍ ଆୱାର୍ଡ଼ ୨୦୧୯ ରେ ଡ଼ାଲମିଆ ସିମେଣ୍ଟ(ଭାରତ) ଲିମିଟେଡ ର ରାଜଗାଙ୍ଗପୁର ସ୍ଥିତ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ଦ୍ୱିତୀୟ ସର୍ବଶ୍ରେଷ୍ଠ ପାୱାର ପ୍ଲାଣ୍ଟ ଭାବରେ ପରିଗଣିତ ହୋଇଛି । ପାୱାର ପ୍ଲାଣ୍ଟ ପରଫରମର ସିପିପି (କୋଲ) ବର୍ଗରେ ଏହି ସମ୍ମାନ ମିଳିଛି । ମିଶନ ଏନର୍ଜି ଫାଉଣ୍ଡେସନ (ଏକ ଅଣ ଲାଭଦାୟକ ସଂଗଠନ) ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ପାୱାର ପ୍ଲାଣ୍ଟ ମାନଙ୍କୁ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନୀତ କରିବା କୁ ଆରମ୍ଭ କରାଯାଇଛି । କାର୍ଯ୍ୟଦକ୍ଷତାର ମାନଦଣ୍ଡଭାବେ ପେକିଙ୍ଗ ପ୍ଲାଣ୍ଟ ଲୋଡ଼ଫ୍ୟାକ୍ଟର, ଦ୍ୱିତୀୟ ତୈଳ ବ୍ୟବହାର, ସହାୟକ ତୈଳ ବ୍ୟବହାର, ଷ୍ଟେସନର ତାପ ପରିମାଣ, ଷ୍ଟେସନ ତାପ ପରିମାଣର ପ୍ରସ୍ତୁତି, ପାଣିର ବ୍ୟବହାର, ମୋଟାମୋଟି ଉତ୍ପାଦନ ଖର୍ଚ୍ଚ, ତଥା ପରିବେଶ ଉପରେ ପ୍ରଭାବକୁ ଦୃଷ୍ଟିରେ ରଖାଯାଇଛି । ପାୱାର ପ୍ଲାଣ୍ଟ ପରଫରମର ସିପିପି (କୋଲ) ୨୦୧୯ ପୁରସ୍କାରର ଏହା ହେଉଛି ଚତୁର୍ଥ ସଂସ୍କରଣ । ଡ଼ାଲମିଆ ସିମେଣ୍ଟର ରାଜଗାଙ୍ଗପୁରସ୍ଥିତ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ପ୍ରଥମ ଥର ପାଇଁ ଏଥିରେ ଅଂଶଗ୍ରହଣ କରିଥିଲା ସର୍ବମୋଟ ୨୭ଟି ସର୍ବଭାରତୀୟ ପ୍ରମୁଖ ପ୍ରତିଷ୍ଠାନ-ନାଲ୍କୋ, ସେଲ୍, ଏନଏସ୍ପିସିଏଲ, ଆରଆଇଏଲ, ଅଲଟ୍ରାଟେକ୍, ବିର୍ଲାକ୍ରପ, ଜିଏସପିଏଲ, ଲାନ୍କୋ, ଜେକେ ଲକ୍ଷ୍ମୀ ସିମେଣ୍ଟ, ମାଡ଼୍ରାସ ସିମେଣ୍ଟ ଇତ୍ୟାଦି ଏଥିରେ ଅଶଂ ଗ୍ରହଣ କରିଥିଲେ । ପ୍ରତିଯୋଗୀମାନେ ପରିବେଶ ଓ ବନ୍ୟ ମନ୍ତ୍ରାଳୟ ତଥ୍ୟ ଭିତିରେ ଏବଂ ଏକ ସ୍ୱାଧୀନ ଅଡ଼ିଟ୍ ପରେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଥିଲେ । ଏହି ପୁରସ୍କାର ବିତରଣୀ ଉତ୍ସବରେ ଡ଼କ୍ଟର ସଂଚିତା ଜିନ୍ଦଲ, ନିର୍ଦ୍ଦେଶକ (ପରିବେଶ ତଥା ବନ୍ୟ ମନ୍ତ୍ରାଳୟ), ଡ଼ାଲମିଆ ସିମେଣ୍ଟର ରାଜଗାଙ୍ଗପୁର ସିପିପି ମୁଖ୍ୟ ଶ୍ରୀ ନବଘନ ପାତ୍ରୋଙ୍କୁ ସମ୍ମାନିତ କରିଥିଲେ ।ଏହି ଅବସରରେ ଶ୍ରୀଯୁକ୍ତ ସୁନିଲ ଗୁପ୍ତା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଉତ୍ପାଦନ)-ପୂର୍ବ ଡ଼ାଲମିଆ ସିମେଣ୍ଟ (ଭାରତ) ଲିିମିଟେଡ କହିଲେ, “ଡ଼ାଲମିଆ ଭାରତ ଗ୍ରୁପ୍ ସବୁଜ ଉତ୍ପାଦନ ତଥା କର୍ମକ୍ଷେତ୍ର ପାଇଁ, ଏହାର କଂଚାମାଲର କ୍ରୟଠାରୁ ଶେଷ ଉତ୍ପାଦନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଚେଷ୍ଟିତ । ପାୱାର ପ୍ଲାଣ୍ଟ ଶିଳ୍ପ କ୍ଷେତ୍ରରେ ଆମର ରାଜଗାଙ୍ଗପୁରସ୍ଥିତ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ଦେଶରେ ସବୁଠାରୁ ଅଧିକ ଶକ୍ତି ସଂଚୟକ ଭାବେ ପରିଚିତ । ଆଜିର ଏହି ପୁରସ୍କାର ଆମକୁ ଏ କ୍ଷେତ୍ରରେ ଆହୁରି ଅଧିକ ସାହସୀକତାର ସହିତ ଆଗକୁ ବଢ଼ି ମାଇଲଖୁଣ୍ଟ ପ୍ରତିଷ୍ଠା ପାଇଁ ପ୍ରେରଣା ଯୋଗାଇବ” ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ