ଫେସବୁକ୍ ଡାଟା କାହା ପାଖରେ ଅଛି ଜାଣିବେ କିପରି?
ଫେସ୍ବୁକରେ ଡାଟା ଚୋରି ହେବା ପରେ ଫେସ୍ବୁକ ନେଇ ଆଲୋଚନା ତୀବ୍ର ହୋଇଛି । ନିକଟରେ ହୋଇଥିବା ସ୍କ୍ୟାଣ୍ଡଲରେ ଫେସ୍ବୁକ ଓ ରାଜନୈତିକ ପରାମର୍ଶ କେମ୍ବ୍ରିଜ ଆନାଲିଟିକା ସାମିଲ ହୋଇଛି, ଯାହାକି ୨୦୧୪ରେ ୫ କୋଟିରୁ ଊଦ୍ଧ୍ୱର୍ ଫେସ୍ବୁକ ବ୍ୟବହାରକାରୀଙ୍କ ଡାଟା ଜମା କରିଛି । ଏବେ ପ୍ରଶ୍ନ ଉଠୁଛି କି କେମିତି ନିଜର ଡାଟାକୁ ସୁରକ୍ଷିତ କରି ରଖିପାରିବେ କେମିତି ଜାଣିବେ ଆପଣଙ୍କ ଡାଟା କାହା ପାଖରେ ଅଛି ।
ସର୍ବପ୍ରଥମେ ଆପଣଙ୍କ ଫେସ୍ବୁକ ଆକାଉଣ୍ଟ ଲଗଇନ୍ କରିବେ । ଏହା ପରେ ନୀଳପଟିର ଡାହାଣ ପାଖରେ ଆସୁଥିବା ତୀର ଚିହ୍ନ ଉପରେ କ୍ଲିକ କରନ୍ତୁ । ଏହା ଉପରେ କ୍ଲିକ କରିବା ପରେ କେତେକ ଅପସନ ଖୋଲିଯିବ ଯେଉଁଠାରେ ନିମ୍ନରେ ସେଟିଂ ଅପସନ୍ ଆସିବ । ଏବେ ଏହା ଉପରେ କ୍ଲିକ କରନ୍ତୁ । କ୍ଲିକ କରିବା ପରେ ନୂତନ ପେଜ ଖୋଲିଯିବ । ଏହି ପେଜ୍ରେ ସବୁଠାରୁ ତଳେ ଛୋଟ ଅକ୍ଷରରେ ଊକ୍ଟଙ୍ଗଦ୍ଭକ୍ଷକ୍ଟବୟ ବ ମକ୍ଟକ୍ଟ୍ରଚ୍ଚ କ୍ଟଲ ଚ୍ଚକ୍ଟଙ୍କକ୍ସ ଲବମରଭକ୍ଟକ୍ଟଳ ୟବଗ୍ଧବ ଲେଖା ଯାଇଥିବ ।
ଏହା ପରେ ଫେସ୍ବୁକ ତରଫରୁ ଆପଣଙ୍କ ଇମେଲକୁ ଏକ ଲିଙ୍କ ଯିବ । ଏହି ଲିଙ୍କ ଜରିଆରେ ଏକ ଜିପ୍ ଫାଇଲ ଡାଉନଲୋଡ ହେବ । ଏଥିରେ ଆପଣଙ୍କ ସମ୍ପର୍କରେ ସୂଚନା ଥିବ । ଯେବେଠାରୁ ଆପଣ ଫେସ୍ବୁକ ବ୍ୟବହାର କରିବ ଆରମ୍ଭ କରିଥିବେ । ଏଥିରେ ଆପଣଙ୍କ ପ୍ରୋଫାଇଲରେ ଆସୁଥିବା ସମସ୍ତ ବିଜ୍ଞାପନରେ ସୂଚନା ଦିଆଯାଇଥିବ । ହୋଇପାରେ ଏହି ଡାଟା ଫେସ୍ବୁକ ଦ୍ୱାରା ବିଜ୍ଞାପନ କମ୍ପାନୀକୁ ଦିଆଯାଇଥିବ । ନାମ ଇୟଙ୍ଖରକ୍ସଗ୍ଧସଗ୍ଦରକ୍ସଗ୍ଦ ଙ୍ଗସଗ୍ଧଷ ଚ୍ଚକ୍ଟଙ୍କକ୍ସ ମକ୍ଟଦ୍ଭଗ୍ଧବମଗ୍ଧ ସଦ୍ଭଲକ୍ଟ ସହିତ ଲୁଚି ରହିଥାଏ । ଏଚଟିଏମ ଫାଇଲ ବିଜ୍ଞାପନ ବିଷୟରୁ ଆରମ୍ଭ ହୋଇଥାଏ । ଯାହା ମୂଳତଃ ଫେସ୍ବୁକ ପେଜରେ ବିଜ୍ଞାପନ ଦେବା ପାଇଁ ଉପଯୋଗ କରାଯାଉଥିବା କି ୱାର୍ଡ ହୋଇଥାଏ । ଏହାର ଆଗାମୀ ଫାଇଲରେ ଆଡ୍ ହିଷ୍ଟ୍ରି ମିଳିବ । ଏଥିରେ ସମସ୍ତ ଆଡ୍ ଥିବ ଯାହା ଆପଣ ଫେସ୍ବୁକ ଚଳାଇବା ସମୟରେ କ୍ଲିକ କରିଥିବେ ।


