ସର୍ପାଘାତରେ ମହିଳାଙ୍କ ମୃତ୍ୟୁ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଥାନା ଅଧିନ ବିଞ୍ଝା ଗ୍ରାମରେ ଜଣେ ମହିଳା ସର୍ପାଘାତରେ ମୃତ୍ୟୁ ବରଣ କରିଥିବାର ଜଣାଯାଇଛି । ପ୍ରକାଶ ଯେ, ମଂଗଳବାର ରାତି ୯ଟା ସମୟରେ ବିଞ୍ଝା ଗ୍ରାମର ବସନ୍ତ କୁମାର ଜେନାଙ୍କ ପତ୍ନୀ ସୁନୀତା(୩୨) ଘର ଭିତରେ ଶୋଇବା ପାଇଁ ମସାରୀ ଟାଙ୍ଗୁ ଥିବା ସମୟରେ ତାଙ୍କୁ ସାପ କାମୁଡି ଦେଇଥିଲା । କିଛି ସମୟ ମଧ୍ୟରେ ପରିବାର ପକ୍ଷରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ସେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଗୁରବାର ସକାଳେ ମେଡିକାଲ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଗ୍ରାମରେ ସୁନୀତାଙ୍କ ମରଶରୀର ପହଞ୍ôଚବା ପରେ ଶୋକାକୂଳ ପରିବେଶରେ ଶବ ଦାହ କରାଯାଇଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଅପରପକ୍ଷେ ତାଙ୍କର ଦୁଇ ପୁଅ ଏବେ ମାଆକୁ ହରାଇ ବେସାହାରା ହୋଇଯାଇଛନ୍ତି ।