ଠିକାଦାର ପାଉଣା ନଦେବାରୁ ଚାଲି ଚାଲି ବାହାରିଲେ ନିଜ ରାଜ୍ୟକୁ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ପେଟ ପାଇଁ ସବୁ ଜାଗାରେ ଚାଲିଥାଏ ନାଟ । ହେଲେ ଏହି ନାଟରେ ଫାଇଦା ଉଠାନ୍ତି ନେତା, ମନ୍ତ୍ରୀ, ପ୍ରଶାସନ ଓ ଠିକାଦାର । ଯାହା ଫଳରେ ଦାଦନ ଖଟିବାକୁ ଆସି ବାସି ଭାତ ଡାଲି ଖାଇ ପାଉଣ ନପାଇ ଚାଲି ଚାଲି ଯିବାକୁ ପଡିଥାଏ । ଏପରିକି ରାଜ୍ୟ ଭିତରେ ହିଁ ପାତର ଅନ୍ତରର ଭେଦ ଭାବ ସୃଷ୍ଟି କରାଯାଉଛି । ଯାହା ଫଳରେ ଗୋଟିଏ ଜିଲ୍ଲାର ପ୍ରଶାସନ ଅନ୍ୟ ଜିଲ୍ଲା ସିମାନ୍ତରେ ନେଇ ଛାଡି ଦେଇ ଚାଲି ଆସୁଛନ୍ତି । ନା ସେ ପହଂଚିଲା ନା ସେ ବଂଚିଲା ତାହାର କୌଣସି ଖୋଜ ଖବର ନଥାଏ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଳକରେ । ରାୟଗଡା ଠାରୁ ବ୍ରହ୍ମପୁର ରାଜ୍ୟ ରାଜପଥ ନିର୍ମାଣ କାମରେ ଠିକାଦାର ସତିଶ୍ ବିହାରର ସତ୍ରାଗପାଲଗଞ୍ଜ୍ ୮ ଜଣ ଶ୍ରମିକଙ୍କୁ ନେଇ ଆସିଥିଲେ କାମ କରିବା ପାଇଁ କାମ ଆରମ୍ଭ ହେବାର ୩ମାସ ପରେ ଲକଡାଉନ୍ ଜାରି ହୋଇଗଲା ଯାହା ଦ୍ୱାରାକି କାମ ବନ୍ଦ ହୋଇଯାଇଥିଲା । ପୁଣି ପ୍ରଶାସନର ନିର୍ଦ୍ଧେଶ ଅନୁସାରେ କାମ ଆରମ୍ଭ ହେବାରେ ଲାଗିଲା । ଶ୍ରମିକମାନେ ଝାଳ ଫୁଟାଇ କାମ କରି ଚାଲିଥିଲେ କିନ୍ତୁ । ଠିକାଦାର ସେମାନଙ୍କୁ ଗୋଟିଏ ମାସର ପାଉଣ ଦେଇ ଆଉ ୪ ମାସର ପାଉଣା ନଦେଇ ସେମାନଙ୍କୁ ଦୁବ୍ୟବହାର କରିବାରେ ଲାଗିଥିଲେ । ଏପରିକି ସେମାନଙ୍କୁ ବାସି ଭାତ ଓ ବାସି ଡାଲି ତରକାରି ଖାଇବାକୁ ଦେଇ ମାନସିକ ନିର୍ଯ୍ୟାତନା ଦେଉଥିବା ୮ଜଣ ଶ୍ରମିକ ଅଭିଯୋଗ କରିଛନ୍ତି । ସେମାନେ ଖାରିଗୁଡା ପଂଚାୟତ ନିକଟରେ କ୍ୟାମ୍ପ କରି ସେଠାରେ ରହିଆସୁଥିଲେ । ହେଲେ ଏପରି ନିର୍ଯ୍ୟାତନା ମିଳିବାରୁ ଆଜି ଭୋରୁ ଭୋରୁ ନିଜ ସାମାନ ପତ୍ର ଧରି ଚାଲି ଚାଲି ଆସୁଥିବା ସମୟରେ ଅଡବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ସେମାନଙ୍କୁ କିଛି ସୁଖିଲା ଖାଦ୍ୟ ଦେବା ସହ ଅଟୋ ଭଡା କରି ମୋହନା ତହସିଲ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ । ସେଠାରେ ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ର ଦେବୀ ପ୍ରଶାସନ ତରଫରୁ ଏକ ଗାଡିରେ ସେମାନଙ୍କୁ ଗଞ୍ଜାମ ଜିଲ୍ଲାରେ ଛାଡିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଗାଡିିଟି ସେମାନଙ୍କୁ ଛାଡି ଆସିବା ପରେ ସେମାନେ ବର୍ତମାନ ଚାଲି ଚାଲି ନିଜ ରାଜ୍ୟକୁ ଯାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ