ପ୍ରଶାସନ ସହାୟତାରେ ସମ୍ବଲପୁର ଗଲେ ପ୍ରବାସୀ ଓଡ଼ିଆ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସାଇକେଲ ଯୋଗେ ଗତ ୧୫ ତାରିଖରୁ ଚେନ୍ନାଇ ରୁ ବାହାରିଥିବା ୮ଜଣ ପ୍ରବାସୀ ଓଡ଼ିଆ ଦୀର୍ଘ ୭୦୦ରୁ ଉର୍ଦ୍ଧ୍ବ ପଥ ଅତିକ୍ରମ କରି ଗତକାଲି ସନ୍ଧ୍ୟାରେ ଭଞ୍ଜନଗର ରେ ପହଂଚିଥିଲେ। ଖବର ପାଇ ଭଞ୍ଜନଗର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ବ୍ଳକ ଛକ ନିକଟରେ ଆଶ୍ରୟ ଦିଆଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ହେଲେ ଆଜି ସକାଳେ ସେମାନେ ସାଇକେଲ ଚଳାଇ ସମ୍ବଲପୁର ଯିବା ପାଇଁ ଅକ୍ଷମତା ପ୍ରକାଶ କରିବାରୁ ପ୍ରଶାସନ ତରଫରୁ ସମସ୍ତଙ୍କୁ ଏକ ବସ ଯୋଗେ ପଠେଇବାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ ସମସ୍ତ ଶ୍ରମିକ ଚେନ୍ନାଇର ବିଭିନ୍ନ କମ୍ପାନୀରେ କାମ କରିବାକୁ ଯାଇ ଲକ୍ ଡାଉନ ଯୋଗୁଁ କାମଧନ୍ଦା ବନ୍ଦ ହୋଇଯିବାରୁ ଭୋକ ଉପାସରେ ରହିଆସୁଥିଲେ। ନିଜ ନିଜର ଗାଁ କୁ ଫେରିବାକୁ ସେମାନେ ଗତ ୧୫ ତାରିଖରେ ସାଇକେଲ ରେ ଯାତ୍ରା ଆରମ୍ଭ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ