ଓଲଟିଲା୧୬ ଚକିଆ ସିମେଣ୍ଟ ବୋଝେଇ ଟ୍ରକ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା କହ୍ନେଇସର ନାଳ ନିକଟରେ ଏକ ୧୬ ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଆଜି ଭୋର ୩ ଘଣ୍ଟା ସମୟରେ କୌଣସି କାରଣରୁ ଓଲଟି ପଡିଥିଲା ।ଗାଡିଟି ରାସ୍ତା କଡରେ ଥିବା ଦୁଇଟି ୧୧ କେଭି ବିଦ୍ୟୁତ୍ ଖମ୍ବକୁ ଧକ୍କା ଦେବା ଫଳରେ ପୋଲରୁ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା ।ଫଳରେ ଗାଙ୍ଗପୁର ଅଞ୍ଚଳରେ ପ୍ରାୟ ୧୧ ଘଣ୍ଟା ଧରି ବିଦ୍ୟୁତ୍ ସେବା ବ୍ୟାଘାତ ଘଟିଥିଲା ।ସାବିତ୍ରୀ ବ୍ରତ ଥିବାରୁ ମହିଳା ମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।ଓଡି୧୭ଏମ୧୩୧୫ ନମ୍ବର ବିଶିଷ୍ଟ୧୬ ଚକିଆ ଟ୍ରକଟି ବରଗଡ଼ ସିମେଣ୍ଟ କାରଖାନାରୁ ୬୦୦ ବସ୍ତା ଏସିସି ସିମେଣ୍ଟ ନେଇ ଆସ୍କା ଅଭିମୁଖେ ଯାଉଥିଲା ।ଟ୍ରକ ର ଡ୍ରାଇଭର ଅଶୋକ କୁମାର ବେହେରା ଓ ହେଲ୍ପର ରାକେଶ ମହାର୍ତା ଅଳ୍ପକେ ବର୍ତିଯାଇଥିଲେ ।ଦୁହେଁ ଗାଙ୍ଗପୁର ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗାଡି ଜବତ କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ