ପ୍ରବଳ ଉତ୍ସାହ ଓ ଉଦ୍ଦୀପନାରେ ପାରଳାରେ ରଥଯାତ୍ରା ଆରମ୍ଭ

ପାରଳାଖେମୁଣ୍ଡି -ଯୁଗାବ୍ଦ ନ୍ୟୁଜ (ତାରିଣୀ ପ୍ରସାଦ ପଣ୍ଡା) -ପ୍ରବଳ ଉତ୍ସାହ ଓ ଉଦ୍ଦୀପନାରେ ଦକ୍ଷିଣ ଓଡିଶାରେ ଖ୍ୟାତି ସମ୍ପନ୍ନ ଥିବା ପାରଳାଖେମୁଣ୍ଡି ରଥଯାତ୍ରା ଆଜି ଆରମ୍ଭ ହୋଇଯାଇଛି । ଆଜି ଭୋର ସକାଳୁ ୩ ଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଇ ପହଣ୍ଡି ପାଇଁ ପ୍ରସ୍ତୁତ କରାଯାଇଥିଲା । ସକାଳ ୧ଘଣ୍ଟା ସମୟରେ ବଡ ଠାକୁର ବଳଭଦ୍ରଙ୍କୁ ପ୍ରଥମେ ପହଣ୍ଡି କରି ତାଳଧ୍ୱଜ ରଥକୁ ନିଆଯିବା ପରେ ମା ସୁଭଦ୍ରାଙ୍କୁ ଦେବଦଳନ ରଥକୁ ଏବଂ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ ରଥକୁ ପହଣ୍ଡି କରି ନିଆଯାଇଥିଲା । ୩.୩୦ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ଯୁବରାଣୀ କଲ୍ୟାଣୀଦେବୀ ତିନି ରଥରେ ପହଂଚି ତିନି ଠାକୁରଙ୍କୁ ପୂଜାର୍ଜନା କରିବା ପରେ ତିନି ରଥରେ ଛେରାପହଁରା କାର୍ଯ୍ୟକ୍ରମ କରିଥିଲେ । ପରେ ଅପରାହ୍ନ ୪.୩୦ଘଣ୍ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା । ସଂଧ୍ୟା ୭ଘଣ୍ଟା ସମୟରେ ୩ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ôଚବା ପରେ ୩ଦିଅଁଙ୍କୁ ପୁଣି ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାପିତ କରାଯାଇଥିଲା । ଲଗାତାର ବର୍ଷା ସତ୍ତେ୍ୱ ରଥଯାତ୍ରାରେ ୪୦ହଜାରରୁ ଉଦ୍ଧ୍ୱର୍ ଭକ୍ତ ସମାଗମ ହୋଇଥିଲେ । ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଏସପି ସାରା ଶର୍ମା,ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ରଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ପଦାଧିକାରୀ ଏବଂ ରଥଯାତ୍ରା ପାଳନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୧ ପ୍ଲାଟୁନ ପୋଲିସ ସଜାଗ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ