ସାମ୍ବାଦିକଙ୍କୁ ପ୍ରଧାନ ଶିକ୍ଷକଙ୍କ ଆକ୍ରମଣ ଘଟଣା: ତଦନ୍ତରେ ବିଳମ୍ବ ନେଇ ସାମ଼୍ଵାଦିକ ମହଲରେ ଅସନ୍ତୋଷ
ଧାମନଗର(ଓ୍ବାଇଏନଏସ): ଧାମନଗର ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସେକ ଜାଫର ଅଲ୍ଲୀଙ୍କୁ ଧାମନଗର ଏନ ଏ ସି ଅନ୍ତର୍ଗତ ୮ନମ୍ବର ୱାର୍ଡ ଅଧିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜଗତି ଶାମପୁରର ପ୍ରଧାନ ଶିକ୍ଷକ ସେକ ସାମସୁଦ୍ଦିନ ଦୁର୍ବ୍ୟବହାର ସହ ସଂଘବଧ ଆକ୍ରମଣ କରିଥିବା ଘଟଣାକୁ ନେଇ ଧାମନଗର ଥାନାରେ ଅଭିଯୋଗ କରାଯାଇଥିଲା। ଆଇଆଇସି ସୁଭ୍ରଜିତ ଦାଶ ଅଭିଯୋଗ କ୍ରମେ ସଙ୍ଗେ ସଙ୍ଗେ ଥାନା କେସ ନମ୍ୱର୍ ୧୭୪/ ୨୨/୦୪/ ୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛନ୍ତି। ମାମଲା ଏବେ କୋର୍ଟରେ ପହଞ୍ଚିଛି ଯାହାକୁ ନେଇ ଅଡ଼ୁଆରେ ପ୍ରଧାନ ଶିକ୍ଷକ। ପୁଲିସ ପକ୍ଷରୁ ଜିଲ୍ଲା ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚିଠି ହୋଇଥିବା ଆଇଆଇସି ଠାରୁ ସୂଚନା ମିଳିଛି। ଚିଠି ପାଇବା ପରେ ବିଭାଗ ପକ୍ଷରୁ ଉକ୍ତ ଶିକ୍ଷକକୁ କାରଣ ଦର୍ଶଓ ନୋଟିସ ଜାରି କରାଯାଇଛି ବୋଲି ବିଇଓ ପ୍ରଫୁଲ୍ଲ ସାହୁଙ୍କ ଠାରୁ ସୂଚନା ମିଳିଛି। ଶିକ୍ଷକ ଜଣକ ପାଠ ନପଢାଇ କୁନି କୁନି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳିବା,ବିଦ୍ୟାଳୟକୁ ନଯିବା,ମନମୁଖୀ କାର୍ଯ୍ୟ ସମ୍ପର୍କରେ ବିଗତ ଦିନରେ ଵହୁବାର ଖବର ପରିବେଷଣ କରାଯାଇଥିଲା।ଯାହାକୁ ନେଇ ଶିକ୍ଷକ ହଜଣଙ୍କ ସଂଘବଧ ଭାବେ ଆକ୍ରମଣ କରିଥିବାରୁ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ଦେଖା ସେଖା ସହିତ ବଜାର ରାସ୍ତା ଘାଟରେ ଶିକ୍ଷକ କହୁଛନ୍ତି ପୁଲିସ ଏବଂ ବିଇଓ “ମୋ”ହାତରେ କିଛି ହେବ ନାହିଁ। ଏଦିଗରେ ଭଦ୍ରକ ଏସପି,ଧାମନଗର ଏସ ଡି ପି ଓ ଏବଂ ଆଇଆଇସି ଉକ୍ତ ଘଟଣାକୁ ଗୁରୁତର ସହିତ ନେଇ ଉକ୍ତ ଘଟଣା ଘଟିବା ଦିନର ସିସିଟିଭି ଫୁଟେଜ୍ ଖାନକା ଅଫିସରୁ ଆଣି ତଦନ୍ତ କରି ଆଇନ ଅନୁଯାୟୀ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକଙ୍କ ମହଲରୁ ଦାବି କରାଯାଇଛି।


