‘କେୟାର ଆଣ୍ଡ ସେୟାର’ ଦ୍ୱାରା ଅମ୍ଫାନରେ ୩ଆହାତ ବିଦେଶାଗତ ପକ୍ଷୀଉଦ୍ଧାର

ପାରାଦ୍ୱୀପ (ପୀତବାସ ପ୍ରଧାନ) : ଗତ ବୁଧବାର ମହାବାତ୍ୟା ଅମ୍ଫନ୍ ପବନ ଓ ବର୍ଷା ମାଡରେ ଓଡିଶାକୁ ଆସୁଥିବା ବିଦେଶାଗତ ପକ୍ଷୀ ଗୁଡିକ ପାରାଦ୍ୱୀପ ସହରର ବିଭିନ୍ନ ସ୍ଥାନରେ ପଡି ରହିଥିବା ବେଳେ କିଛି ବ୍ୟକ୍ତି ସେହି ପକ୍ଷୀ ଗୁଡିକୁ ନେଇ ଯାଇଥିବା ଅଭିଯୋଗ ହେଉଛି । ତେବେ ପାରାଦ୍ୱୀପ ର ବିଭିନ୍ନ ସ୍ଥାନରେ ଏହି ପକ୍ଷୀ ଗୁଡିକ ମଧ୍ୟରୁ ତିନୋଟି ପକ୍ଷୀଙ୍କୁ ‘କେୟାର ଆଣ୍ଡ ସେୟାର’ ସ୍ୱେଚ୍ଛାସେବୀ ସଂଗଠନ ର ସଂପାଦକ ମନୋଜ ସେଠୀ ଓ ସ୍ୱେଚ୍ଛାସେବୀମାନେ ଉଦ୍ଧାର କରି ପାରାଦ୍ୱୀପ ଆଦର୍ଶ ଥାନା ସହାୟତାରେ କୁଜଙ୍ଗ ବନବିଭାଗ କୁ ହସ୍ତାନ୍ତର କରିଥିଲେ । ତେବେ ଏହି ବିଦେଶାଗତ ପକ୍ଷୀ ‘ଆମେରିକାନ୍ ହ୍ୱାଇଟ୍ ପେଲିକାନ୍‌’ ବୋଲି ଜଣାପଡିଛି । ଏହି ପକ୍ଷୀ ଗୁଡିକ ସାଧାରଣତଃ ଶୀତଦିନେ ଓଡିଶାର ଚିଲିକା ଓ ପାରାଦ୍ୱୀପର ପିପିଏଲ ପରିସରରେ ଥିବା ବଡ ଜଳ ଭଣ୍ଡାରରେ ଦେଖିବାକୁ ମିଳିଥାଏ । ତେବେ ଏହି ପକ୍ଷୀ ଗୁଡିକ ବାତ୍ୟା ଅମ୍ଫାନର ପବନ ଓ ବର୍ଷା ମାଡରେ ଆହାତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା କରାଯାଇ ନନ୍ଦନକାନନ ରେ ଛଡାଯିବ ବୋଲି କୁଜଙ୍ଗ ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ