ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ସଙ୍ଗରୋଧରେ ଥିବା ଅନ୍ତେବାସୀଙ୍କୁ ବ୍ୟବହାରିକ ସାମଗ୍ରୀ ପ୍ରଦାନ 

ହାଟଡିହି (ଓ୍ବାଇଏନ୍ଏସ୍)  : ଇଞ୍ଚୋଳ ଗ୍ରାମରେ ଥିବା ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ୨୧ଦିନିଆ ସଙ୍ଗରୋଧ ସମାପ୍ତ କରି ଘରକୁ ଫେରୁଥିବା ୭ଜଣ ସୁରଟ ଫେରନ୍ତା ଅନ୍ତେବାସୀଙ୍କୁ ବିଭିନ୍ନ ବ୍ୟବହାରିକ ସାମଗ୍ରୀ ପ୍ରଦାନ କରାଯାଇଛି । ବିକାଶ ମଞ୍ଚର ସାଇବ ପଣ୍ଡା, ଉମାକାନ୍ତ ପଣ୍ଡା, ଜ୍ୟୋତିର୍ମୟ ପଣ୍ଡା, ସରୋଜ ନାୟକ, ସୁକୁମାର ନାୟକ, ଜ୍ୟୋତିରଞ୍ଜନ ସୁଆର, ଅଭିମନ୍ୟୁ ନାୟକ, ଚନ୍ଦନ ପଣ୍ଡା ପ୍ରମୁଖ ସରପଞ୍‌କଚ ପାର୍ବତୀ ନାଇକଙ୍କ ଉପସ୍ଥିତିରେ ସଙ୍ଗରୋଧ ସମାପ୍ତ କରିଘରକୁ ଫେରୁଥିବା ଅନ୍ତେବାସୀ ମାନଙ୍କୁ ମାସ୍କ, ସାବୁନ, ସାନିଟାଇଜର, ବ୍ରସ, ପେଷ୍ଟ, ବିସ୍କୁଟ ଆଦି ବଣ୍ଟନ କରିଥିଲେ । ଘରକୁ ଫେରିବାପରେ ସାମାଜିକ ଦୁରତା ରକ୍ଷାକରି ଚଳପ୍ରଚଳ କରିବାକୁ ସେମାନଙ୍କୁ ସଚେତନ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ