ଦୁର୍ବଳ ହେଉଛି ପୃଥିବୀର ଚୁମ୍ବକୀୟ ବଳୟ

ନୂଆଦିଲ୍ଲୀ : ବିଶ୍ବବାସୀଙ୍କ ପାଇଁ ଦୁଃସମ୍ବାଦ । ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ପୃଥିବୀର ଚୁମ୍ବକୀୟ ବଳୟ । ଏହା ଫଳରେ ଭବିଷ୍ୟତରେ ଅନେକ ସ୍ୟାଟେଲାଇଟ ଅଚଳ ହେବା ସହିତ ଫୋନ୍‌ ଗୁଡିକ ଅଚଳ ହେବାର ସମ୍ଭାବନା ଦେଖାଦେଇଛି । ପୃଥିବୀର ଚୁମ୍ବକୀୟ ବଳୟ ଯାହା ସୌର ବିକିରଣରୁ ରକ୍ଷା କରିଥାଏ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଏଥିରେ ପ୍ରାୟ ୧୦ ପ୍ରତିଶତ ହ୍ରାସ ଘଟିଛି । ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଦକ୍ଷିଣ ଆଟଲାଣ୍ଟିକ୍‌ ଅଞ୍ଚଳରେ ଏହି ଚୁମ୍ବକୀୟ ବଳୟର ଶକ୍ତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଏହି ଅଞ୍ଚଳ ପଡିଥାଏ । ବୈଜ୍ଞାନିକ ମାନେ ଏହାର କାରଣ ଖୋଜିବା ସହିତ ଏହାର ସମାଧାନ ବିଷୟରେ ପରୀକ୍ଷଣ କରୁଛନ୍ତି । ଭବିଷ୍ୟତରେ ଏହା ଦ୍ବାରା ବିଭିନ୍ନ ସାଟେଲାଇଟ୍‌ ଏବଂ ଟେଲିକମ୍ୟୁନିକେସନ୍‌ ସେବା ଅଚଳ ହୋଇପାରେ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ