ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଓ ଆମ ଓଡ଼ିଶା ମିଳିତ ସହ ଯୋଗରେ ରକ୍ତ ଦାନ ଶିବିର ,୩୦ୟୁନିଟ ରକ୍ତ ସଂଗ୍ରହ

ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା): ରକ୍ତ ଦାନ ମହାପୂଣ୍ୟ ,ଜଣେ ମନୁଷ୍ୟ ରକ୍ତ ଦାନ କଲେ ଆଉ ଜଣେ ମନୁଷ୍ୟ ଜୀବନ ପାଇପାରିବ,କୋରନା ମହାମାରୀ ସମୟରେ ରକ୍ତ ର ପ୍ରଚୁର ଆବଶ୍ୟକତା ଥିବା ଯୋଗୁଁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରୟ ଙ୍କ ନିର୍ଦେଶ କ୍ରମେ ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଙ୍କ ପ୍ରତେକ୍ଷ ତତ୍ୟବଧାନ ରେ ଓ ଆମ ଓଡିଶା ର ମିଳିତ ଉଦ୍ୟମ ରେ ଜଗନ୍ନାଥ ପ୍ରସାଦ ପୋଲିସ ଥାନା ପରିସର ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ରକ୍ତ ଦାନ ଶିବିର ର ଉଦଘାଟନ କରିଥିଲେ।ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀ ସୃବ୍ରାଂସୁ ଶେଖର ମିଶ୍ର ରକ୍ତଦାନ ଶିବିର ରେ ପହଂଚି ରକ୍ତ ଦାତା ମାନକୁ ଉତ୍ସାହିତ କରିଥିଲେ ।ବହୁ ଯୁବକ ରକ୍ତ ଦାନ କରିବା ପାଇଁ ଆସିଥିଲେ।କିନ୍ତୁ ୩୦ ଜଣ ଙ୍କ ଠାରୁ ରକ୍ତ ସଂଗ୍ରହ କରା ଯାଇଥିଲା।ପୋଲିସ ଥାନା ର ସମସ୍ତ କର୍ମଚାରୀ ରକ୍ତ ଦାନ ଶିବିର ରେ ସହାୟତା କରିଥିଲେ lଓଡିଶା ରକ୍ତ ଭଣ୍ଡାର ଭଞ୍ଜନଗର ,ର କର୍ମଚାରୀ ,ଗଞ୍ଜାମ ଜିଲ୍ଲା ସଂଯୋଜକ ଯୁବରେଡ଼କ୍ରସ ର ବି.ଗୋବିନ୍ଦ ରାଓ,ଓ ଆଞ୍ଚଳିକ ମହାବିଦ୍ୟାଳୟ ର ରେଡ଼ରିବନ କ୍ଲବ ର କାଉନସିଲର ଅଧ୍ୟାପକ ଲୋକନାଥ ମହାନ୍ତି,ରକ୍ତ ଗ୍ରହଣ ସମୟରେ ସହାୟତା କରିଥିଲେ।ଜଗନ୍ନାଥ ପ୍ରସାଦ ବ୍ଲକ ସମ୍ବାଦ ପ୍ରତିନିଧି ଚନ୍ଦ୍ରକେତୁ ରାଉତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ,।ଗଣମାଧ୍ୟମ ପ୍ରତିନିଧି ନିରାକାର ସାହୁ,ପ୍ରିୟବ୍ରତ ନାୟକ, ସୂର୍ଯ୍ୟନାରାୟଣ ପଣ୍ଡା,ଚିତ୍ତରଞ୍ଜନ ଗନ୍ତ।ୟତ,ପ୍ରମୂଖ ରକ୍ତଦାତା ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ