ଅନ୍ତର୍ଜାତୀୟ ମାନବାଧିକାର କାଉସିଲିଂ ପକ୍ଷରୁ କରୋନାକୁ ନେଇ ଗରିବ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଅନ୍ତର୍ଜାତୀୟ ମାନବାଧିକାର କାଉସିଲିଂ ପକ୍ଷରୁ କରୋନାକୁ ନେଇ ଗରିବ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ କରାଯାଇଥିଲା । ଭଞ୍ଜନଗର ବ୍ଲକ ଅଧିନ, କୁଲାଡ ସ୍ଥିତ ହରିଜନ ବସ୍ତି ନୂଆ ସାହି, ରଘୁନାଥ ମନ୍ଦିର ସାହି ଓ ବାରୁଡା ପଞ୍ଚାୟତ ର ବୋରିବନ୍ଧ ଗ୍ରାମର ୫୦୦ଗରିବ ପରିବାରକୁ ପିନ୍ଧିବା ପାଇଁ ମାସ୍କ, ହାତ ଧୋଇବାକୁ ସାବୁନ୍, ବିସ୍କୁଟ ଓ ବ୍ରେଡ୍ ଖାଦ୍ୟ ସାମାଜିକ ଦୁରତ୍ଵ ବଜାୟ ରଖି ବଣ୍ଟନ କରାଯାଇଥିଲା। କିଛି ଓଡ଼ିଆ ପ୍ରବାସୀ ମାନଙ୍କୁ ମଧ୍ୟ ଭଂଜନଗର ବସ୍ ରହଣି ସ୍ଥଳରେ ଭେଟ କରି ଉକ୍ତ ସାମଗ୍ରୀ ଗୁଡିକ ବଣ୍ଟନ କରାଯାଇଥିଲା ।ଏଥିସହ ବାରୁଡ଼ା ଗ୍ରାମ ନିବାସୀ ସ୍ଵର୍ଗତ ସତ୍ୟବାନ୍ ସ୍ୱାଇଁଙ୍କ ପରିବାର ସହ ଆଲୋଚନା କରି ତାଙ୍କୁ ମାନବାଧିକାର ତରଫରୁ ୫୦୦୦ ଟଙ୍କା ସାହାଯ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ତରଜାତୀୟ ମାନବାଧିକାର କମିଶନର ଗଞ୍ଜାମ ଜିଲ୍ଲାର ପ୍ରମୁଖ ଶ୍ରୀଯୁକ୍ତ ସୁବ୍ରତ କୁମାର ନାୟକ, କାର୍ଯ୍ୟକାରୀ ପ୍ରମୁଖ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ସମ୍ପାଦକ ସନ୍ତୋଷ କୁମାର ହୋତା ଓ ସୌମେନ୍ଦ୍ର ମହାନ୍ତି, ସହ ସମ୍ପାଦକ ଅଖିଳ ପ୍ରଧାନ, ଦକ୍ଷିଣ ଓଡ଼ିଶା ର ସହ ସଭାପତି, ପ୍ରବୀଣ କୁମାର ରାଉଳ, ମହିଳା ସଭାପତି ଶ୍ରୀମତୀ ସୁମିତ୍ରା କୁମାରୀ, ମହିଳା ସହ ସମ୍ପାଦକ ଶ୍ରୀମତୀ ରୁନା ପାଣିଗ୍ରାହୀ ଙ୍କ ସହ ଅନ୍ତର୍ଜାତୀୟ ମାନବାଧିକାରର ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ