କରୋନା ଜାଲରେ ଭାରତୀୟ ଯୁବପିଢି

ନୂଆଦିଲ୍ଲୀ : କୋରୋନା ଭାଇରସ ଉପରେ ୱାଶିଂଟନ ପୋଷ୍ଟ ନିକଟରେ ଜାରି କରାଥିବା ରିପୋର୍ଟ ଚିନ୍ତାଜନକ ଅଟେ। ରିପୋର୍ଟ ମୁତାବକ ଭାରତ ଓ ବ୍ରାଜିଲ୍ ଭଳି ବିକାଶଶୀଳ ଦେଶ କୋଭିଡ୍-୧୯ର ହଟସ୍ପଟ ହେବାକୁ ଯାଉଛି। ଏବେ ଏହି ମହାମାରୀ ଏଠାର ଯୁବପିଢ଼ିଙ୍କୁ ଦ୍ରୁତବେଗରେ ନିଜର ଶିକାର କରିବାରେ ଲାଗିଛି। ରିପୋର୍ଟ ଅନୁସାରେ ଏହିସବୁ ବିକାଶଶୀଳ ଦେଶରେ କୋରୋନା ଭାଇରସ ନିଜ ବିନାଶକାରୀ ରୂପ ଦେଖାଇବାରେ ଲାଗିଛି। ରିପୋର୍ଟରେ କୁହାଯାଇଛି ଯେ ବ୍ରାଜିଲ ଓ ଭାରତ ଭଳି ଦେଶରେ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ମଧ୍ୟରେ ଯୁବକଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି ମହାମାରୀର କେନ୍ଦ୍ର ଥିବା ଚୀନରେ ମଧ୍ୟ ଯୁବପିଢ଼ି ଏତେ ମାତ୍ରାରେ ସଂକ୍ରମଣ ହୋଇ ନ ଥିଲେ, ଯେତିକି ଭାରତ ଓ ବ୍ରାଜିଲ ଭଳି ଦେଶରେ ଦେଖିବାକୁ ମିଳୁଛି। ରିପୋର୍ଟ ଅନୁସାରେ ବ୍ରାଜିଲରେ ୫୦ ବର୍ଷରୁ କମ୍ ବୟସରେ କୋଭିଡ୍ ୧୯ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ୫ ପ୍ରତିଶତ, ଯାହା ଇଟାଲୀ କିମ୍ବା ସ୍ପେନରେ ହୋଇଥିବା ମୃତ୍ୟୁଠାରୁ ଦଶ ଗୁଣା ଅଧିକ। ମେକ୍ସିକୋରେ ପାଖାପାଖି ଏକ ଚତୁର୍ଥାଂଶ ମୃତକଙ୍କ ବୟସ ୨୫ରୁ ୪୯ ବର୍ଷ ମଧ୍ୟରେ। ସେହିପରି ଭାରତ ଆଗାମୀ ହଟସ୍ପଟ ହେବା ଆଡ଼କୁ ଅଗ୍ରସର ହେଉଛି। ଏଠାରେ ଚଳିତ ମାସରେ କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ପାଖାପାଖି ୫୦ ପ୍ରତିଶତ ଲୋକ ୬୦ ବର୍ଷ ବୟସରୁ କମ୍ ଥିବା ଜଣାପଡ଼ିଛି। ଏହି ରିପୋର୍ଟରେ ବିକଶାଶୀଳ ଦେଶରେ ହେଉଥିବା ଯୁବପିଢ଼ିଙ୍କ ମୃତ୍ୟୁ ପଛର କାରଣ ଖରାପ ସ୍ବାସ୍ଥ୍ୟ ସେବା, ଅତ୍ୟଧିକ ଗରିବ ଓ ଅସମାନତାକୁ ଦାୟୀ କରାଯାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଭାରତର ମୁମ୍ବାଇ ସହରରେ କୋରୋନା ଭାଇରସ ବଢ଼ିବା କାରଣ ଅଧିକ ଲୋକସଂଖ୍ୟା ବୋଲି କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଏସିଆର ସବୁଠାରୁ ବଡ଼ ବସ୍ତି ଧାରାଭୀରେ ହସ୍ପିଟାଲର ଦୟନୀୟ ଅବସ୍ଥା ସାଙ୍ଗକୁ ପୋଲିସର ସାମାଜିକ ଦୂରତ୍ବ ଅବଲମ୍ବନ କରିବା ସମ୍ଭବ ହେଉ ନ ଥିବା ବେଳେ ପୋଲିସ ମଧ୍ୟ ଏଥିପ୍ରତି ନିରବଦ୍ରଷ୍ଟା ସାଜିଛି। ଆମେରିକାର ମିଶିଗନ, ଇଲିନଏସ୍, ଉତ୍ତର କ୍ୟାରୋଲିନା ଭଳି ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଗତ ମାସରେ ପ୍ରସ୍ତୁତ ରିପୋର୍ଟରେ ଆଫ୍ରିକୀୟ ଆମେରିକୀୟମାନେ ଏହାର ଅଧିକ ଶିକାର ହେଉଛନ୍ତି ବୋଲି ଦର୍ଶାଯାଇଥିଲା। ବିଶେଷଞଙ୍କ କହିବାନୁସାରେ ଏହି ମହାମାରୀ ଲୋକଙ୍କ ମଧ୍ୟରେ ସମାନ ରୂପରେ ବ୍ୟାପୁ ନାହିଁ। ଆମେରିକାର ଫାଉଣ୍ଡେସନ୍ ଏମ୍ପାୟାର କେତେକ ମହାମାରୀ ବିଶେଷଜ୍ଞଙ୍କ ସହିତ ମିଶି ଏକ ଗବେଷଣା କରିଥିଲେ। ଏହି ଗବେଷଣାରେ କୁହାଯାଇଛି ଯେ ଏହି ମହାମାରୀର ବ୍ୟାପକତା ପଛରେ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଅପହଞ୍ଚ, ଘରଗୁଡ଼ିକର ଘନତ୍ବ, ବିଭିନ୍ନତା ଆଦି କାରଣ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ