କେନ୍ଦ୍ରାପଡା ସହରର ମାଧପୁର-ମଢିଆଳ ଅଚଂଳକୁ ନିଷିଦ୍ଧାଚଂଳ ଘୋଷଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ଆଉ ୧୫ଜଣ କରୋନା ପଜିଟିଭ ବାହାରିଛି । ସେମାନଙ୍କ ମଧ୍ୟରୁ ୧୨ଜଣ ବିଭିନ୍ନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ୩ଜଣ ନିଜ ଘରେ ସଙ୍ଗରୋଧ ଗୃହରେ ରହୁଥିଲେ । ବାହାର ରାଜ୍ୟରୁ ଫେରିଥିବା ଏହି ୧୫ଜଣଙ୍କ ମଧ୍ୟରୁ ୩ଜଣ କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ନିଜ ଘରେ ସଙ୍ଗରୋଧରେ ରହୁଥିବା ବେଳେ ଜଣେ କେନ୍ଦ୍ରାପଡା ବ୍ଲକର, ରାଜକନିକା ବ୍ଲକର ୪ଜଣ, ରାଜନଗର ବ୍ଲକର ୨ଜଣ,ପଟ୍ଟାମୁଣ୍ଡାଇ ବ୍ଲକର ଜଣେ,ଡେରାବିଶି ବ୍ଲକର ୪ଜଣ । ଏହାକୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୫୫ରେ ପହଁଚିଲା । କେନ୍ଦ୍ରାପଡା ପୈାରାଚଂଳରେ ଯେଉଁ ୩ଜଣ ପଜିଟିଭ କେଶ ବାହାରିଛି ସେମାନଙ୍କ ମଧ୍ୟରୁ ୨ଜଣ ବୃଦ୍ଧ ଓ ବୃଦ୍ଧା ୫୬ ଏବଂ ୫୨ବର୍ଷ ବୟସର ହଜାରି ବଗିଚା ଅଚଂଳର ହୋଇଥିବା ବେଳେ ଅନ୍ୟ ଜଣକ ୨୮ବର୍ଷ ବୟସର ମାଧପୁର ଅଚଂଳର । ବୃଦ୍ଧ ଓ ବୃଦ୍ଧା ୨ଜଣ ହୋମ କ୍ୱାରେଂଟାଇନରେ ଶଯ୍ୟାସାୟୀ ଅଛନ୍ତି । ମାଧପୁର ଗ୍ରାମର ପଜିଟିଭ ଜଣଙ୍କୁ ଛତାସ୍ଥିତ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ଏଥିସହିତ ସେହି ଅଚଂଳକୁ କଟେଂନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ବାସୁଳେଇ ଗଳି ପଟରୁ ବାସୁଳେଇ ମନ୍ଦିର ପାଖରେ ରାସ୍ତାକୁ ବନ୍ଦ କରିଦିଆଯାଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡ ପାଶ୍ୱର୍ରୁ ମିକ୍ସଚର ଦୋକାନ ପାଖରେ,ଫକିରାବାଦ ପଟୁ ଭାସିଗୋଲା ପାଖରେ,ମାଧପୁର ପାଶ୍ୱର୍ରୁ ପୁନର୍ବାସ ଅନୁଷ୍ଠାନ ପାଖରେ ଓ ଡାଇମଣ୍ଡ ଜୁବୁଲି ପାଠାଗାର ପଛ ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ୪୮ଘଂଟା ପର୍ଯ୍ୟନ୍ତ ସେହି ଅଚଂଳରୁ ବାହାରକୁ କେହି ଆସିପାରିବେ ନାହିଁ କି ବାହାରୁ ସେହି ଅଚଂଳକୁ କେହି ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ପ୍ରଥମଥର ପାଇଁ କେନ୍ଦ୍ରାପଡା ସହରର ମାଧପୁର-ମଢିଆଳ ଅଚଂଳକୁ ପ୍ରଶାସନ ନିଷିଦ୍ଧାଚଂଳ ଭାବେ ଘୋଷଣା କରିଛି । ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାଇ ସଂପୂର୍ଣ୍ଣ ଅଚଂଳକୁ ପୋଲିସ ଘେରରେ ରଖାଯାଇଛି ।


