ନିଜଜନ୍ମ ଦିନ ରେ ନୂଆଲୁକ ର ଫୋଟ ସେୟାର କଲେ ରଣବୀର
ବଲିଉଡ ର ସେନସେସନ ପାଲଟି ଥିବା ଆଲ୍ଲାଉଦ୍ଦିନ ଖିଲଜ ଓରବ ରଣବୀର ସିଂ ଙ୍କ ଆଜି ୩୪ ତମ ଜନ୍ମ ଦିନ । ନିଜ ଜନ୍ମ ଦିନର ଅବସରରେ ରଣବୀର ନିଜର ଆଗାମୀ ଫିଲ୍ମି ‘୮୩’ ର ଫାଷ୍ଟ ଲୁକ ଉପହାର ଦେଇଛନ୍ତି ଫ୍ୟାନ୍ସ ମାନଙ୍କୁ । କ୍ରିକେଟର କପିଲ ଦେବ ଙ୍କ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ଟି ୧୯୮୩ ବିଶ୍ୱକପ ଉପରେ ଆଧାରିତ । ଏହି ଲୁକରେ ରଣବୀର ଧଳା ରଙ୍ଗର ଜର୍ସି ପିନ୍ଧିଛନ୍ତି ଏବଂ ତାଙ୍କ ହାତରେ ବଲ୍ ଅଛି। ଲୁକକୁ ସେୟାର କରି ରଣବୀର ଲେଖିଛନ୍ତି ‘ମୁଁ ମୋର ଷ୍ପେଶାଲ ଦିନରେ ପ୍ରେଜେଣ୍ଟ କରୁଛି ହରିୟାଣାର ଗୌରବ କପିଲଦେବଙ୍କୁ।’ ଫ୍ୟାନ୍ସଙ୍କୁ ରଣବୀରଙ୍କର ଏହି ଲୁକ ବହୁତ ପସନ୍ଦ ଆସୁଛି। ସମସ୍ତେ ରଣବୀରଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ‘୮୩’ ରଣବୀର ସିଂହଙ୍କର ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ହେଉଥିବା ପ୍ରଥମ ତ୍ରିଭାଷୀ ଫିଲ୍ମ ଅଟେ। ଫିଲ୍ମର ପ୍ରଯୋଜକ ହେଉଛନ୍ତି ମଧୁ ମଣ୍ଟେନା। ସେ କହିଛନ୍ତି ଆମେ ଆଇକନିକ ୧୯୮୩ର ବିଜୟ ଉପରେ ଫିଲ୍ମ ପ୍ରସ୍ତୁତ କରୁଛୁ। ‘୮୩’ ପରେ ଯଦି ଭାରତ ଚଳିତ ବର୍ଷରେ ବିଶ୍ବକପ ଜିତିଯାଏ ତେବେ ଆମେ ଏହି ବିଜୟ ଉପରେ ମଧ୍ୟ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହିଁବୁ ।


