ଆଇଟିଆଇ ଛାତ୍ରୀ ମୃତ ଘଟଣାରେ ଟ୍ରାକ୍ଟର ଚାଳକ ଗିରଫ
ଛତ୍ରପୁର,( ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଚିକଲଖଣ୍ଡି ପଞ୍ଚାୟତ ଝରପୋଖରୀ ରାସ୍ତାରେ ଗତ ବୁଧବାର ସକାଳେ ଏକ ଟ୍ରାକ୍ଟର ଧକ୍କାରେ ଛତ୍ରପୁର ସରକାରୀ ଆଇଟିଆଇର ଦ୍ୱିତୀୟ ବର୍ଷ ଛାତ୍ରୀ ସୁରଭି ଦାସଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ମୃତ ଛାତ୍ରୀଙ୍କ ମାଆ ଲତା ଦାସଙ୍କ ଅଭିଯୋଗ କ୍ରମେ ୧୪୭/୨୦୧୯ରେ ଫେରାର ଥିବା ଟ୍ରାକ୍ଟର ଚାଳକୁ ଛତ୍ରପୁର ଥାନା ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଟ୍ରାକ୍ଟର ଚାଳକ ଜଣକ ହୁମ୍ମା ଅଞ୍ଚଳ ଝନା ସାହୁ ବୋଲି ପୁଲିସ ସୂଚନା ଦେଇଛି ।


