ପୃଥ୍ୱୀରାଜ ହାଇସ୍କୁଲରେ ବନମହୋତ୍ସବ କାର୍ଯ୍ୟକ୍ରମ
ବଲାଙ୍ଗିର, ( ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ଜୁନିୟର ରେଡକ୍ରସ, ଏନ.ସି.ସି, ସ୍କାଉଟ ଏବଂ ଅନ୍ୟାନ୍ୟ ଛାତ୍ରମାନଙ୍କ ଗହଣରେ ବିଦ୍ୟାଳୟର ଶିକ୍ଷକ, ଶକ୍ଷୟିତ୍ରୀ ଓ କର୍ମଚାରୀ ସହରରେ ଅନୁଷ୍ଠିତ ହୋଇଥିବା ସଚେତନତା ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରତାପ କୁମାର ସାଏ ପଟେଲ, ଜୁନିୟର ରେଡକ୍ରସ ଶିକ୍ଷକ ବିକାଶ ରଞ୍ଜନ ସାହୁ, ଏନ.ସି.ସି. ଶିକ୍ଷକ ରମାଇଁ ରଞ୍ଜନ ସା, ଖେଳ ଶିକ୍ଷକ ଦାୟିତ୍ୱରେ ଥିବା ଅମିତ କୁମାର ବାଗ ନେତୃତ୍ୱ ନେଇଥିଲେ । ଶୋଭାଯାତ୍ରା ପରେ ସ୍କୁଲର ଜୁନିୟର ରେଡକ୍ରସ, ଏନ.ସି.ସି, ସ୍କାଉଟ ଏବଂ ଅନ୍ୟାନ୍ୟ ଛାତ୍ରମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ସଞ୍ଜୟ କୁମାର ଶତପଥୀ, ସରୋଜ ମହାପାତ୍ର ଓ ଶିକ୍ଷୟିତ୍ରୀ ବିନୋଦିନୀ ଆଚାର୍ଯ୍ୟ ପ୍ରମୁଖ ଅଂଶ ଗ୍ରହଣ କରି ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ ।


