ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ନୂତନ ବୈଦ୍ୟୁତିକ ମଡେଲରନିର୍ମାଣ ୟୁକେରେ ସମ୍ପନ୍ନ
ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଏହାର ନୂତନ ଶ୍ରେଣୀର ବୈଦ୍ୟୁତିକ ଯାନର ନିର୍ମାଣ ୟୁକେରକାଷ୍ଟଲ ବୋମ୍ୱିଚ୍ରେ କରାଯିବ ବୋଲି ଘୋଷଣା କରାଯାଇଛି । ଗ୍ରାହକ ୨୦୨୦ ସୁଦ୍ଧା ଜାଗୁଆରଲ୍ୟାଣ୍ଡ ରୋଭରର ନୂତନ ଶ୍ରେଣୀର ବୈଦ୍ୟୁତିକ ଯାନ ପାଇପାରିବେ ।ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଡ. ରାଲଫ୍ସ୍ପେଥ୍ କହିଲେ, ଭବିଷ୍ୟତରେ ବୈଦ୍ୟୁତିକ ଯାନର ଚାହିଦାକୁ ଦୃଷ୍ଟିରେ ରଖି ବ୍ରିଟିଶ୍ କମ୍ପାନୀ ସହାୟତାରେଜାଗୁଆର ଲ୍ୟାଣ୍ଡ ରୋଭର ଶୂନ୍ୟ ପ୍ରଦୂଷଣ ମୁକ୍ତ ଯାନ ନିର୍ମାଣ ୟୁକେରେ ଆରମ୍ଭ କରିବ ।
ଏହି ନୂତନ ଶ୍ରେଣୀର ଯାନରେ ଇଲୋକ୍ଟ୍ରନିକ୍ସ୍ ଡ୍ରାଇଭ୍ ୟୁନିଟ୍ ଏବଂ ବ୍ୟାଟେରୀ ରହିବ ।ପ୍ରଥମ ଇଲେକ୍ଟ୍ରିକ୍ ଯାନ ଜାଗୁଆରର ଫ୍ଲାଗ୍ଶିପ୍ ସାଲୋନ୍ ଏକ୍ସଜେ । ଏହା ୟୁକେରେ ର୍ନିର୍ମିତ ହେବା ସହିତ୧୨୦ ଦେଶକୁ ରପ୍ତାନୀ କରାଯିବ ।ଜାଗୁଆର ଲ୍ୟାଣ୍ଡ ରୋଭରର ଗତ ୫୦ ବର୍ଷର ଯାନ ନିର୍ମାଣ କ୍ଷେତ୍ରରେ ପ୍ରଥମ ଥର ପାଇଁ ନୂଆଏକ୍ସଜେର ଡିଝନିଂ କରାଯାଇଛି । ଏହା ପ୍ରଦର୍ଶନ କ୍ଷମତା ଉଚ୍ଚକୋଟୀର ରହିଛି । ଏହାର ନର୍ମାଣ ଶୈଳୀବେଶ୍ ଆରାମଦାୟକ ।ଜାଗୁଆର ଆଇ-ପେସ୍ ପ୍ରିମିୟମ୍ ଇଲେକ୍ଯ୍ରିୀକ୍ ଏସ୍ୟୁଭି ଏବଂ ୨୦୧୯ର ୱାଲ୍ଡ କାର୍ ଅଫ୍ ଦି ଇୟରଭାବେ ପ୍ରତିପାଦିତ ହୋଇଛି । ଜାନୁୟାରୀରେ କମ୍ପାନୀ ବ୍ୟାଟେରୀ ଏବଂ ଇଲେକ୍ଟ୍ରିକ୍ ଡ୍ରାଇଭ୍ ୟୁନିଟ୍ ନିର୍ମାଣକରିବା ପାଇଁ ଯୋଜନା କରିଥିଲା ।ୟୁକେର ଏହି ନିର୍ମାଣ ୟୁନିଟ୍ର ବାର୍ଷିକ ଉତ୍ପାଦନ କ୍ଷମତା ୧୫୦,୦୦୦ୟୁନିଟ୍ ରହିଛି । ଏହି ଯାନମଡୁଲାର, ଲଙ୍ଗିଚ୍ୟୁଡନାଲ୍ ଆର୍କିଟେକଚର ପଦ୍ଧିତିରେ ଡିଜାଇନିଂ କରାଯିବ ।ଏହା ଦ୍ୱାରା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏହାର ମୂଲ୍ୟ ସୁହାଇଲା ଭଳି ହେବା ସହିତ ଏହି
ଯାନ ବେଶ୍ ସୁରକ୍ଷିତ ହେବ । ଏହାକୁ ଚାର୍ଜିଂ କରିବା ମଧ୍ୟ ସହଜ ଜନକ ହେବ ।


