ପୋଖରୀରେ ବୁଡି ଶିଶୁ କନ୍ୟା ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ତିଳପୋଷୀ ଗ୍ରାମ୍ୟ ପୋଖରୀରେ ବୁଡି ଜଣେ ୧୦ ବର୍ଷୀୟା ଶିଶୁ କନ୍ୟା ମୃତ ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ରାଇରଙ୍ଗପୁର ପୌରାଞ୍ଚଳର ଈଚିଣ୍ଡା ଗ୍ରାମର ବଜରଙ୍ଗ ବେହେରାଙ୍କ ୧୦ବର୍ଷୀୟ ଝିଅ ବେଶି ବେହେରା ତାଙ୍କ ମାମୁଁ ଘର ବଡବାଇକଳା ଅନ୍ତର୍ଗତ ତିଳପୋଷୀ ଗ୍ରାମକୁ ଯାଇଥିଲେ । ଗୁରୁବାର ଦିନ ସକାଳେ ଗାଁ ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ହଠାତ ଗୋଡ ତଳକୁ ଖସି ଯାଇଥିଲା ଓ ଶେଷରେ ପାଣିରେ ବୁଡି ଯାଇଥିଲେ ଖବର ପାଇ ଗାଁ ଲୋକେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ପହଞ୍ଚାଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବର ରାଇରଙ୍ଗପୁର ଡାକ୍ତରଖାନା ଲୋକାରଣ୍ୟ ହୋଇଯାଇଥିଲା ।ଇଚିଣ୍ଡା ଓ ତିଳପୋଷି ଗାଁ ରେ ଶୋକରେ ଛାୟା ଖେଳିଯାଇଛି । ରାଇରଙ୍ଗପୁର ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୋଲିସ ଶବ ବ୍ୟବଚ୍ଛେଦ କରାଇ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ