କରୋନା ପୀଡ଼ିତ ପରିବାରଙ୍କୁ ଖାଦ୍ୟ ଓ ମାସ୍କ ବଂଟନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ୟୁନିଟ୍‌-୯ ଠାରେ ଥିବା ସତ୍ୟକାଳୀ ବସ୍ତିରେ କରୋନାରେ ପୀଡ଼ିତ ପରିବାରଙ୍କୁ ସ୍ୱେଚ୍ଛାସେବୀ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ସାମଗ୍ରୀ ସହିତ ମାସ୍କ ବଂଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ତଥା ବିଶିଷ୍ଟ ସମାଜସେବୀ ଶିବନାରାୟଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଏହି ମହାମାରୀ କବଳରୁ କିପରି ରକ୍ଷା କରାଯାଇପାରିବ ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସାମାଜିକ ଦୂରତା ସହିତ ବାରମ୍ବାର ହାତ ଧୋଇବା ତଥା ବାହାରକୁ ଯିବାବେଳେ ସର୍ବଦା ମୁହଁରେ ମାସ୍କ ପିନ୍ଧିବା ଉପରେ ମତ ରଖିଥିଲେ । ସଂପାଦିକା ତଥା ସମାଜସେବିକା ସମିତା ମହାରଣା ଫାଉଣ୍ଡେସନ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ସହିତ ଆଗକୁ ଆହୁରି ଅନେକ ପ୍ରକାର ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି ମତ ରଖିଥିଲେ । ଶହୀଦ୍ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ା ଉପସ୍ଥିତ ରହିବା ସହିତ ଏହି ପ୍ରକାର ସାମାଜିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ୫୨ଟି ପରିବାରକୁ ଚାଉଳ, ଆଳୁ, ଡାଲି, ପିଆଜ ତଥା ମାସ୍କ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ସଂଯୋଜନା କରିବା ସହିତ ସରକାରୀ ସହାୟତା ଓ ବିଭିନ୍ନ ଯୋଜନା ସମ୍ବନ୍ଧରେ ଅଭାବୀ ବ୍ୟକ୍ତିମାନେ କିପରି ପାଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ଦୃଢ଼ ଇଚ୍ଛାଶକ୍ତି, ସଚେତନ ଓ ସଠିକ୍ ଭାବେ ସରକାରଙ୍କ ନିର୍ଦ୍ଦେଶ ପାଳନ କଲେ ସମସ୍ତେ ଏହି ମହାମାରୀ କବଳରୁ ରକ୍ଷା ପାଇବାରିବା ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ପ୍ରମୁଖ ସହଯୋଗ କରିଥିଲେ ସଭ୍ୟ ପ୍ରଶାନ୍ତ କୁମାର ବାରିକ, ସମାଜସେବୀ ସୁରେନ୍ଦ୍ର କୁମାର ସାହୁ, କିଶୋର କୁମାର ମୁଦୁଲି ଏବଂ ମଂଟୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ