ଓାଲକେର୍ସ୍ କ୍ଳବ ତରଫରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି
ଜୟପୁର, (ଓ୍ବାଇଏନ୍ଏସ୍):ଜୟପୁର ଦଶହରା ପଡ଼ିଆରେ ବିକ୍ରମ ଦେବ ଓାଲକେର୍ସ୍ କ୍ଳବ ତରଫରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ସଭାପତି ରମାକାନ୍ତ ରାଉଳଙ୍କ ଆହ୍ୱାନ କ୍ରମେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉପସଭାପତି ଵାଲା ରାୟ, ଭବାନୀ ପ୍ରସାଦ ପଣ୍ଡା, ସାଧାରଣ ସମ୍ପାଦକ ରବି ନାୟକ, ସମ୍ପାଦକ ଟି ଗୌରୀ ଶଙ୍କର,, ୱାଇ ପ୍ରସାଦ, କୋଷଧକ୍ଷ ରାଜେନ୍ଦ୍ର କୁମାର ଗୌଡ଼, କୃଷ୍ଣ ଚନ୍ଦ୍ର ହୋତା ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧକୁ ସାଧୁ ଉଦ୍ୟମ ଭାବେ ବର୍ଣ୍ଣନା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ତିରୁମୁଲା ରାୟ, ପଞ୍ଚାନନ ପାଳ, ସୌମ୍ୟ ରଂଜନ ସାହୁ, ମିନା ଦାସ, ରାଜେନ୍ଦ୍ର ସାହୁ, ପ୍ରମୁଖ ଯୋଗ ଦେଇଥିଲେ।


