ବାଲିଗୁଡାର ବିଭିନ୍ନ ଅନୁଷ୍ଠାନ ପରିସରରେ “ବନ୍ଦେ ଉତ୍କଳ ଜନନୀ” ଗାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାପାଇଁ ରାଜ୍ୟରେ ପ୍ରୟାସ ଜାରୀ ରଖିଥିବା କୋରନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟ ବାସୀ ଙ୍କୁ ଘରେ ଘରେ ସନ୍ଧ୍ୟା ପାଞ୍ଚଟା ତିରିଶ ମିନିଟ ସମୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ ପାଇଁ ଆୱାନ ଦେଇଥିଲେ l ଏହାକୁ ସମ୍ମାନ ଜଣାଇ ସଦର ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତା ଓ ଘରେ ଘରେ “ବନ୍ଦେ ଉତ୍କଳ ଜନନୀ”ଗାନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ପରିସର ମଧ୍ୟରେ ସାମାଜିକ ଦୂରତ୍ୱ ବଜାଇ ରଖି ବ୍ଲକ ସଭାପତି ଟୁନା ଦାସ ଙ୍କ ନେତୃତ୍ୱରେ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଛି l ଏଥିରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଙ୍କ ସମେତ ସମସ୍ତ କର୍ମକର୍ତା ଯୋଗ ଦେଇ ସମସ୍ତେ ଏକ ହୋଇ ରାଜ୍ୟରୁ ମହାମାରୀ କୋରନା ରୁ ରକ୍ଷା ପାଇଁ ପ୍ରୟାସ ଜାରୀ ରଖି ଆଗ ଧାଡ଼ିର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଫେଇକର୍ମୀ, ପୋଲିସଓ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା ଆଜିର ଦିନରେ କେବଳ ଭାରତ ନୁହେଁ ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି l କୋଭିଡ ସଂକ୍ରମଣ ଦ୍ୱାରା ଓଡିଶା ରେ ହାର କମ ରହିଥିବା ବେଳେ ଅଧା ରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ଏ ନେଇ ଓଡିଶା ର ସମସ୍ତ କୋରନା ଯୋଦ୍ଧାଙ୍କ ଉଦେଶ୍ୟରେ ରାଜ୍ୟବାସୀ ଏହି ସଂଗୀତ ଗାଇଛନ୍ତି ବୋଲି ବିଧାୟକ ଶ୍ରୀ କହଁର ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ