ଜଡ ଜଗତରେ ଜଡିତ ହେବାକୁ ଏ ଜୀବଜଗତ
ମାୟାଧର ନାୟକ
ଆମେ ପ୍ରକୃତି ସହିତ ଖେଳ ଖେଳିଲେ । ଏବେ ପ୍ରକୃତିର ଭୟଙ୍କର ଖେଳ ଆରମ୍ଭ ହୋଇଯାଇଛି । ଆମେ ଆମର ବଡିମା ଦେଖାଇବା ପାଇଁମାଟି, ପାଣି, ପବନ, ଆକାଶକୁ ଅକ୍ତିଆରରେ ଆଣିବାପାଇଁ ନୂଆ ନୂଆ ଯନ୍ତ୍ରପାତି, ମାରଣାସ୍ତ୍ର ବ୍ୟବହାର କଲେ । ଧରଣୀ ବକ୍ଷକୁ ବିଦାରି ଆମେ ଖଣିଜ ପଦାର୍ଥ ବାହାରକଲେ, ଜଙ୍ଗଲ ନଷ୍ଟ କଲେ, ପାଣିକୁ ବିଷାକ୍ତ କଲେ, ମାଟି ଉପରେ କଂକ୍ରିଟ୍ ବିଛାଇ ବହୁ ତାଲା ବିଶିଷ୍ଟ ଅଟ୍ଟାଳିକା ଗଢି ତୋଳିଲେ, ବିଭିନ୍ନ ପ୍ରକାର ବିଷାକ୍ତ ମାରଣାସ୍ତ୍ର ପ୍ରସ୍ତୁତକରି ପାଣି, ପବନ, ଆକାଶକୁ ଛିନ୍ନ ବିଛିନ୍ନ କରିଦେଲେ । ଆଜି ନୀଳ ଆକାଶ ତଳର ଧୂସର ପର୍ବତ – ସବୁଜ ପ୍ରାନ୍ତର ହଳଦିଆ ଭିଟାମାଟି, ଏ ସେବୁ ଆଉ ନାହିଁ । କମ୍ପାନୀମାନଙ୍କ କଳାଧୂଆ ଆଜି ଗୋଟା ପୁଣି ସମସ୍ତଙ୍କୁ ଗିଳିଦେବାକୁ ବସିଛି । ଅଦୃଶ୍ୟ କରୋନା ଭୂତାଣୁର ଖେଳ ସମଗ୍ର ବିଶ୍ୱ ହାଡେ ହାଡେ ଅନୁଭବ କରୁଛି । ଆଉ ୧୭ଲକ୍ଷ ଅଜଣା ଭୂତାଣୁକୁ ଚିହ୍ନବିାକୁ ବାକି ଅଛି ବୋଲି ବୈଜ୍ଞାନିକମାନେ ଭବିଷ୍ୟତବାଣୀ ଶୁଣାଇଲେଣି । ଏହି ଭୂତାଣୁଗୁଡିକ ଅନୁକୂଳ ପରିବେଶ ପାଇଲେ ସଂକ୍ରମିତ ହେବେ । ଏମାନଙ୍କ କବଳରୁ ଜୀବ ଜଗତ ରକ୍ଷା ପାଇବା ଅସମ୍ଭବ । କରୋନା ମହାମାରୀ ପ୍ରତି ମୁହୂର୍ତରେ ବଢିଚାଲିଥିବାରୁ ସାରା ବିଶ୍ୱରେ ସଂକ୍ରମିତ ଓ ମୃତ୍ୟୁହାର ବଢି ବଢି ଚାଲିଛି । ମହାଶକ୍ତିଶାଳୀ ଦେଶଠାରୁ ଆରମ୍ଭ କରି ବିକାଶ ଶୀଳ ଓ ଦରିଦ୍ର ଦେଶମାନଙ୍କରେ ଏ ହିଭୂତାଣୁକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ମେଡିସିନ୍ ବାହାରି ନାହିଁ । କେବେ ବାହାରିବ କେହି କହିପାରୁନାହାଁନ୍ତି । ଶକ୍ତିଶାଳୀ ଦେଶମାନେ କ୍ଷଣିକରେ ପୃଥିବାକୁ ଧ୍ୱଂସକରିଦେବା ପାଇଁ ବାହାସ୍ଫୋଟ ମାରି ଆସୁଥିଲେ । ଏଥିପାଇଁ ସେମାନେ କେତେ ପ୍ରକାର ଧ୍ୱଂସାତ୍ମକ ମାରଣାସ୍ତ୍ର ପ୍ରସ୍ତୁତ କରୁଥିଲେ, ଆଜି କିନ୍ତୁ ରୋଗ ଆଉ ଭୋକରୁ ମୁକ୍ତି ପାଇଁ ସେମାନଙ୍କର କୌଣସି ଅସ୍ତ୍ର କାମକରୁ ନାହିଁ । ଏବେଠାରୁ ଭୟଙ୍କର ଅର୍ଥନୈତିକ ସଂକଟ ମାଡିଆସିଲାଣି । ଦକ୍ଷିଣଆଫ୍ରିକାରେ ଖାଦ୍ୟ ଅଭାବରୁ ଲୋକେ ଜଙ୍ଗଲ ଭିତରକୁ ଯାଇ ପଶୁ ଶିକାର କଲେଣି । ସବୁ ଦେଶର ସରକାରଙ୍କ ପାଖରେ ଯାହା ସବୁ ଗଚ୍ଛିତ ଅଛି, ତାକୁବାଂଟିଲେ ବେଶିଦିନ ଯିବନାହିଁ । ସରକାରମାନେ ଯେତେବେଳେ ହାତ ଟେକି ଦେବେ ସେତେ ବେଳେ ବିଶ୍ୱ ଦୁର୍ଭିକ୍ଷ ପଡିବ । ଧନୀ ପୁଞ୍ଜିପତିମାନେ ଯାହା ସବୁ ଲୁଚାଇ ରଖିଥିବେ ସେ ସବୁ ବିତରଣ କରିବାପାଇଁ ବିପନ୍ନମାନେ ଦାବିକରିବେ । ଦାବି ନମାନିଲେ ଲୁଟ୍ପାଟ୍ହେବ, ଭୟଙ୍କର ଦଙ୍ଗା ଲାଗିଯିବ । ଏବେଠାରୁ ବିପନ୍ନମାନେ ଦୁଃଖର ସାଗରରେ ଉବୁ ଟୁବୁ ହେଉଛନ୍ତି । ଏବେ ବିଶ୍ୱର ସବୁ ଦେଶର ସରକାର ଓ କ୍ଷମତାସୀନ ଦଳମାନେ ରାଜ କୋଷକୁ ଚଳୁ କରିଦେଇ ଜନଗଣଙ୍କ ମୁଣ୍ଡରେ ଆର୍ଥିକ ବୋଝକୁ ଲଦିଦେଉଛନ୍ତି । ଆଗକୁ ଭୟଙ୍କର ଅର୍ଥନୈତିକ ଆତଙ୍କବାଦ ପାଇଁ ଫାଟକ ଖୋଲିଦେଇଛି । ପ୍ରାଚୀନ କାଳରେ ଚଉ ବର୍ଗ ତତ୍ୱ – ଅର୍ଥାତ୍ ଧର୍ମ, ଅର୍ଥ, କାମ, ମୋକ୍ଷକୁ ନେଇ ଏକ ଆଧି ଭୌତିକ ବିଶ୍ୱାସସର ନୀରିହ ଜନଗଣଙ୍କର ଅସ୍ଥିମଜ୍ଜାଗତ ହୋଇରହିଥିଲା । ମାତ୍ର ପୁଞ୍ଜିବାଦୀ ତତ୍ୱବାଗୀସ୍ବର୍ଗ ଏହି ଚଉବର୍ଗୀ ସରଳ ଜନବିଶ୍ୱାସ ପ୍ରତି କୁଠାର ଘାତକରି ନିଜ ମୁନିବମାନଙ୍କ ମୁନାଫାର ମଇଦାନ୍ରେ ପ୍ରଥମେ ଧର୍ମକୁ କିଣାକିଂକର କରାଇଦେଲେ । ମାତ୍ରାଧିକ ଔପଚାରିକତା ମଧ୍ୟରେ ଧର୍ମ ଡୁବିଗଲା । ପୁଞ୍ଜି ବାଦର ସେବାକରି ନୟାନ୍ତ ହେଲାପରେ ଶେଷକୁ ଏ ଧର୍ମର ଉପ ସଂହାର ହେଲା ଦଙ୍ଗା ଓ ଆତଙ୍କବାଦରେ । ଧର୍ମ ପରେ ଅର୍ଥ । ମାତ୍ର ଅଧର୍ମ ବିତବାବଳକା ଅର୍ଥକୁ ଆଣି ଯେତେ ଭେଳିକି ଲଗାଇଲେ ବି କାମ ଦେଉନି । ସଂସ୍କୃତି ଓ ଅର୍ଥନୀତି – ଏ ଦୁଇଟି ଭିତରେ ଯଦି ବିରାଟ ଫାଟ ସୃଷ୍ଟିହେଲା, ତା’ ହେଲେ ମଣିଷ ପାଇଁତ୍ରାହି ନାହିଁ । ଆଜିର ଏ ଆତଙ୍କପ୍ରଦ ଅର୍ଥନୀତି ହରଣ ଚାଲ୍ କରିନେଉଛି ବିଶ୍ୱାସ, ବିବେକ, ମୂଲ୍ୟବୋଧ, ମନୁଷ୍ୟତା – ଅନେକକିଛି । ବଂଚିବା ଆଜି ଜୀବନଠୁ ଜରୁରୀ । ହାଣ ମୁହଁକୁ ମୁହାଁଇ ଚାଲିଥିବା ଆମ ଏ ଯୁଗ ଯୁଗର ପ୍ରାଚୀନ ପ୍ରବୁଦ୍ଧ ଦେଶ ଓ ବହୁ ଐତିହାସିକ ଘୂର୍ଣ୍ଣଝଡରୁ ବର୍ତିଯାଇଥିବା ସମାଜ ଜୀବନକୁ କ’ଣ ଧ୍ୱଂସ ହେବା ପାଇଁ ଆମେ ଛାଡି ଦେବା ? ଗୋଟିଏ କୁରୁକ୍ଷେତ୍ରରେ ଦିନେ ନିଶ୍ଚିହ୍ନ ହୋଇଯାଇଥିଲା ମହାଭାରତ ! ଆଜି ଆମ ସାମ୍ନାରେ ଶହ ଶହ କୁରୁକ୍ଷେତ୍ର…. ଆମର ଏ ମହାନ୍ ଭାରତକୁ କ’ଣ ଆମେ ଆଜିବଳି ପକାଇଦେବାତା’ ଭିତରେ? ନା… ପରିତ୍ରାଣ ପାଇଁ ଆମକୁ ଆଜି ଶିରସ୍ତ୍ରାଣ ପିନ୍ଧିହାତରେ ଧରିବାକୁ ପଡିବ ମହା ସଂଗ୍ରାମର ଅମୋଘ ଅସ୍ତ୍ର । ଆମେ ନିକାଲି ଦେବା ଏ ନକଲି ରାତିର ଜରି ଗୁଡା ଜହ୍ନ ଆଉ କାଗଜ ଫୁଲର କାରୁକାର୍ଯ୍ୟକୁ । ଆମେ ଚିରିଦେବା ନାହିଁ ନାହିଁର ନକ୍ସା, ଆମେ ଭରିଦେବା କୋଟି କୋଟି କଙ୍କାଳ ପ୍ରାଣରେ ନୂଆ ଆଶା, ନିଆରା ଭରସା । ନୀତି ନୈତିକତାର ନିର୍ଲଜ କଂସେଇମାନଙ୍କୁ ଆଜି ରାସ୍ତାକଡର ବତିଖୁଂଟରେ ଝୁଲାଇ ଦେବାର ବେଳ ଆସିଛି । ନିଷ୍ଠୁର ଜହ୍ଲାଦ ମାନଙ୍କ ଜଘନ୍ୟ ହିଂସାର ସାମ୍ରାଜ୍ୟରୁ ନିରୀହ ପ୍ରହଲ୍ଲାଦ ମାନଙ୍କ ପରିତ୍ରାଣ କରିବା ପାଇଁ ଜନ-ଜନାର୍ଦ୍ଦନଙ୍କୁ ନୃସିଂହ ଅବତାର ଧାରଣ କରିବାର ଆହ୍ୱାନ ଉପଗତ ହୋଇଛି । ଯେଉଁମାନେ ଭୂମିର ମଣିଷମାନଙ୍କୁ କଙ୍କାଳରେ ପରିଣତ କରିଛନ୍ତି, ସେମାନଙ୍କୁ କଠୋର ଶାସ୍ତି ଦେବାର ସମୟ ଆସି ପହଂଚିଯାଇଛି । ବେଇମାନି ଲୋକମାନେ ଆଜିପର୍ଯ୍ୟନ୍ତ ଧୋକ୍କା ଦେଇଆସିଲେ । ଏଥିପାଇଁ ମନ ଖରାପ କରି ବସିରହିଲେ ହେବନାହିଁ । ଅତୀତରେ ଆପଣମାନେ ବହୁ କଷ୍ଟ, ତ୍ୟାଗ ଆତ୍ମବଳିଦାନ ଦେଇ ଯାହା ସବୁ ସୃଷ୍ଟି କରିଥିଲେ, ସେସବୁ ଆଜି ଧ୍ୱଂସ ଆଡକୁ ପାଦ ବଢାଉଛି । ରୋକିବାକୁ ହେବ ଏ ରୁଗ୍ଣ ଧାରାକୁ । ପୁଣି ଆଉଥରେ ପ୍ରସ୍ତୁତ ହୋଇଯାଆନ୍ତୁ । ପଛକୁଫେରିଲେ ଅନ୍ଧାର, ଆଗକୁ ଚାହିଁଲେ ମୁକ୍ତିର ସକାଳ । ସହସ୍ରାଧର ସମାଜଉପରେ ପର ଝାଡୁଛି ସମୟର ଶଙ୍ଖ ଚିଲ୍ଲ । ବିଦାୟର ବେହାଗରେ ବ୍ୟଥାର ବେପଥୁ… । ଦିନମାନେ ବିତିଯାଇଛନ୍ତି ଚିହ୍ନ ରଖିଦେଇ, ଶେଷ ଶୀତର ସିରସ୍ତାରେ ସ୍ମୃତିରଶା ଏ ରୀଗାଇଗାଇ । ଦୃଷ୍ଟିର ଦିଗନ୍ତରୁ ଦୃଶ୍ୟାତିତ ହୋଇ ଚାଲିଛି ୨୦୨୦ । ଫିକା ପଡିଯାଇଛି ପାଦ ପ୍ରଦୀପର ଶିଖା । ପାଣ୍ଡୁର ହୋଇଛି ପାଦ ଟିକା । ପାଉଁଶତଳୁ ତଥାପି ଝଟକି ଉଠୁଛି ଝୁଲ । ଧୂଆଁର ଦଲିଲ୍ ଭିତରୁ ବାରି ହୋଇ ପଡୁଛି ନିଆଁର ନକ୍ସା । ପୃଥିବୀର ଫୁଙ୍ଗୁଳା ପିଠିରେ ୨୦୨୦ ସୃଷ୍ଟି କରୁଛି ବହୁ ଭୟଙ୍କର ଘଟଣାର ବିସ୍ଫୋରିତ ବିସମ୍ବାଦ । ତମାମ୍ ମିଡିଆ ମୁଲକକୁ ନଚାଉଛି, ଚହଳ ବାଂଟୁଛି, ବୁଣୁଛି ଚମକ । ମାଳ ମାଳ ବି ସମ୍ବାଦର ଖୋରାକ ଓ ଜାଡି ଛିଖବର କାଗଜର ସର୍ବଗ୍ରାସୀ ଆଁରେ । ଆଖିରୁ ଚୋରାଇ ନେଉଛି ନିଦ, ଭାଙ୍ଗି ଯାଉଛି ବଦ୍ ଧମୂଳ ବିଶ୍ୱାସର ଭାବମୂର୍ତି…. ପ୍ରତିଷ୍ଠିତ ପ୍ରତ୍ୟୟର ପ୍ରାଚୀନ ପ୍ରତିମାସବୁ । ମାଫିଆ ଗଡ ଫାଦର ମାନଙ୍କ ଘମାଘୋଟ ଗୃହ ଯୁଦ୍ଧ ଯାଏ – ଧର୍ମଘଟରୁ ଧର୍ମାନ୍ତର ଯାଏ – ଦପ୍ତରରୁ ଦରବାର ଯାଏ – ରଣ କ୍ଷେତ୍ରରୁ ଗଣ ତନ୍ତ୍ର ଯାଏ – ସଂଗିନ୍ ରାଜନୀତିର ନିନ୍ଦିତ ନେତାଙ୍କ ଯାଏ – ସବୁ ଗହନ ଗହିରିର ଗୋପନ ଗୋହିରିରେ ପାଦ ପକେଇଛି ୨୦୨୦ । ଏବେ ସାରା ପୃଥିବୀରେ ପୂର୍ଣ୍ଣ ଚିନ୍ତନର ସମୟ ଆସିଯାଇଛି । ଏ ପୃଥିବୀ ଅସରନ୍ତି ପୃଷ୍ଠାବହୁଳ ଏକ ବିଚିତ୍ର ବିଷୟ ବସ୍ତୁର ମହାଗ୍ରନ୍ଥ । ଧ୍ୱଂସର ଧ୍ୱଂସସ୍ତୁପ ତଳୁ ପୁଣି କଅଁଳୁଛି ଜୀବଟିଏ – ସାବ୍ଜା ସ୍ୱପ୍ନର । ପାଉଁଶିଆ ପୋଡା ଭୂଇଁର ପଥର ଫାଙ୍କରୁ ନୂଆ ସକାଳର ନାରା ଶୁଣାଉଛି ନିଷ୍ପାପ ଘାସ ଫୁଲ ଟିଏ – ଆକାଶି ଆଶାରେ । ସବୁ ସଂକଟର ସଂଘାତଭିତରେ ବି ମଣିଷ ବଂଚିଛି ଠିକ୍ – ଅପେକ୍ଷା କରିଛି ସେଇ ନୂଆ ସକାଳକୁ । ଯେଉଁ ସକାଳତାକୁ ଦେଖାଉନଥିବ କୃଷ ବିଦ୍ଧ ଖ୍ରୀଷ୍ଟର ରକ୍ତାକ୍ତ ଶରୀର, ଗୁଳି ବିଦ୍ଧ ଗାନ୍ଧୀର ଶିତଳ ଶବ, ଲହୁ ଭିଜା ଲିଙ୍କନର ସକରୁଣଲାଶ୍…, ସକ୍ରେଟିସ୍ର ଓଠ ଆଡକୁ କି ମୀରାବାଇର ମୁହଁ ପାଖକୁ ବିଷର ପିଆଲା ବଢାଇ ଦେଉନ ଥିବକାହାର ନିର୍ଦ୍ଦୟହାତ । ଏକ ପାପ ମୁକ୍ତ, ବ୍ୟାଧି ମୁକ୍ତ, କ୍ଷୁଧା ମୁକ୍ତ ପୃଥିବୀ ଆମର ଦରକାର ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩