ବିଭିନ୍ନ ଦେଶରେ ନିଷେଧ ହୋଇଥିବା କେତେକ ଖାଦ୍ୟ

ଖାଇବା ପିଇବାରେ ଭାରତ ଅନ୍ୟ ଦେଶଠାରୁ ସବୁଠାରୁ ଭିନ୍ନ । ଭାରତରେ ଯେତେସବୁ ପ୍ରକାରର ଖାଦ୍ୟ ମିଳିଥାଏ, ତାହା ଅନ୍ୟ କେଉଁ ଦେଶରେ ମିଳି ନ ଥାଏ । ସେଇଥିପାଇଁ ତ ସ୍ୱାଦିଷ୍ଟ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ପାଇଁ ବିଶ୍ୱର ସବୁ ଲୋକ ଭାରତକୁ ପସନ୍ଦ କରିଥାନ୍ତି । ହେଲେ ଭାରତରେ ମିଳୁଥିବା ଏମିତି କିଛି ସ୍ୱାଦିଷ୍ଟ ଖାଦ୍ୟ ରହିଛି, ଯାହାକୁ ବିଦେଶରେ ନିଷିଦ୍ଧ କରାଯାଇଛି ।
ଏସିଆର ମହୁ : ମଣିଷ ଶରୀର ପାଇଁ ସବୁଠାରୁ ଉପକାରୀ ମହୁ । ହେଲେ ଏସିଆରେ ପ୍ରସ୍ତୁତ ମହୁ ରୋଗର ଗନ୍ତାଘର ବୋଲି କୁହାଯାଏ । ଏସିଆର ମହୁରେ ହାନିକାରକ ଆଣ୍ଟିବାୟୋଟିକ୍ସ ଏବଂ ବହୁ କ୍ଷତିକାରକ ଧାତୁ ରହିଥାଏ । ଏଥିପାଇଁ ଏସିଆର ମହୁକୁ ୟୁରୋପରେ ନିଷିଦ୍ଧ କରାଯାଇଛି ।
ରେଡ୍ ବୁଲ:ରେଡ୍ବୁଲ୍ ପିଇବା ଦ୍ୱାରା ହାର୍ଟ ରୋଗ, ଦୁଶ୍ଚିନ୍ତା, ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖାଦେଇଥାଏ । ତେଣୁ ଏହାକୁ ଫ୍ରାନ୍ସ ଏବଂ ଡେନ୍ମାର୍କରେ ବ୍ୟାନ୍ କରାଯାଇଛି । ସେହିପରି ଲିଥୁଆନିଆରେ ୧୮ ବର୍ଷରୁ କମ୍ ବୟସ୍କମାନଙ୍କୁ ଏହା ପିଇବା ମନା । ମାତ୍ର ଭାରତରେ ଏହାର ଚାହିଦା ରହିଛି ।
କେଚ୍ଅପ୍ : ଭାରତରେ କେଚ୍ଅପ୍ର ଚାହିଦା ସବୁଠାରୁ ଅଧିକ । ଖାସ୍କରି ଛୋଟ ପିଲାମାନେ ଏହାକୁ ଅଧିକ ପସନ୍ଦ କରିଥାଆନ୍ତି । ଏହାକୁ ଖାଇବା ଦ୍ୱାରା ପାରମ୍ପରିକ ଭୋଜନକୁ ଲୋକେ ଭୁଲି ଯାଉଥିବାରୁ ଫ୍ରାନ୍ସରେ ଏହାକୁ ବ୍ୟାନ୍ କରାଯାଇଛି ।
ଜେଲି ମିଠା:ଭାରତରେ ଜେଲି ଚକୋଲେଟ୍ ଏବଂ ମିଠାକୁ ଅଧିକାଂଶ ଲୋକେ ପସନ୍ଦ କରିଥା’ନ୍ତି । ଏହାକୁ ତିଆରି କରିବା ପାଇଁ କୋଞ୍ଜୋକେ ନାମକ ଏକ ପଦାର୍ଥ ବ୍ୟବହାର ହୋଇଥାଏ; ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ । ତେଣୁ ବ୍ରିଟେନ୍ ଏବଂ ୟୁରୋପର ଅଧିକାଂଶ ସ୍ଥାନରେ ଏହାକୁ ବ୍ୟାନ୍ କରାଯାଇଛି । ଭାରତ ପରି ଜାପାନରେ ମଧ୍ୟ ଏହାର ବହୁତ ଚାହିଦା ରହିଛି ।
କିଣ୍ଡରଜଏ: ଛୋଟ ପିଲାମାନେ ଚକୋଲେଟ୍ ଭିତରେ କିଣ୍ଡରଜଏକୁ ବେଶି ପସନ୍ଦ କରିଥାଆନ୍ତି । ମାତ୍ର ଏଥିରେ ଏପରି ଏକ ତତ୍ତ୍ୱ ରହିଛି, ଯାହାକି ଛୋଟ ପିଲାଙ୍କ ପାଇଁ କ୍ଷତିକାରକ ବୋଲି ଆମେରିକା ମାନିଥାଏ । ତେଣୁ ଆମେରିକାରେ ଏହାକୁ ବ୍ୟାନ୍ କରାଯାଇଛି ।
ପାଶ୍ଚରାଇଜଡ୍ କ୍ଷୀର : ପାଶ୍ଚରାଇଜଡ୍ ବା ପ୍ୟାକ୍ ହୋଇଥିବା ଫୁଟା କ୍ଷୀରରେ ଶରୀର ପାଇଁ କ୍ଷତିକାରକ । ତେଣୁ ଏହାକୁ ଆମେରିକା ଏବଂ କାନାଡ଼ାରେ ବ୍ୟାନ୍ କରାଯାଇଛି । ମାତ୍ର ଭାରତରେ ଏହି କ୍ଷୀରର ଚାହିଦା ଅଧିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ