ପ୍ରେମ ମାନେନା ବୟସ : ବୃଦ୍ଧାଶ୍ରମରେ ପ୍ରେମ, ପରେ ବିବାହ

ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି । କେତେବେଳେ କାହା ସହ ପ୍ରେମ ହୋଇଯିବ କହି ହୁଏନାହିଁ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଓହିଆ ସହରରେ ରହୁଥିବା ଦୁଇଜଣ ବୃଦ୍ଧାବୃଦ୍ଧ । ଦୁଇଜଣଯାକ ଏକ ବୃଦ୍ଧାଶ୍ରମରେ ରହୁଥିବାବେଳେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା । ୧୦୦ ବର୍ଷୀୟ ବୃଦ୍ଧ ଜନ୍ ଏବଂ ୧୦୨ ବର୍ଷୀୟା ବୃଦ୍ଧା ଫିଲିସଙ୍କ ବର୍ଷକ ତଳେ ବୃଦ୍ଧାଶ୍ରମର ଏକ କାର୍ଯ୍ୟକ୍ରମରେ ସାକ୍ଷାତ ହୋଇଥିଲା । ଏହି କାର୍ଯ୍ୟକ୍ରମରୁ ବନ୍ଧୁତା ସୃଷ୍ଟି ହୋଇଥିଲା । ଏହା ପରେ ପ୍ରେମରେ ରୂପାନ୍ତରିତ ହୋଇଯାଇଥିଲା । ଶେଷରେ ଦୁଇ ବୃଦ୍ଧାବୃଦ୍ଧ ପରିଣତ ବୟସରେ ପ୍ରେମକୁ ସାକାର କରିବାକୁ ଯାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ