କୋଭିଡ୍ ଯୋଦ୍ଧାଙ୍କ ପାଇଁ ‘ବନ୍ଦେ ଉତ୍କଳ ଜନନୀ’ ସମୂହ ଗାନ କଲେ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ‘ସୁରକ୍ଷା ପ୍ରୋଜେକ୍ଟ ୱାଟର’ ପକ୍ଷରୁ ‘କୋଭିଡ ଯୋଦ୍ଧା’ଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ସୁରକ୍ଷା ସଦସ୍ୟସଦସ୍ୟାମାନେ ପୋଖରୀ ପରିସରରେ ଏକତ୍ରିତ ହୋଇଥିଲେ । ସମସ୍ତଙ୍କୁ ସ୍ୱାଗତ କରିବା ପରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ସମୂହ ଗାନ କରାଯାଇଥିଲା । ଭାରତ ମାତା ଓ ଉତ୍କଳ ମାତାର ଜୟଗାନ କରି ସଦସ୍ୟଗଣ କୋଭିଡ୍ ସମ୍ପର୍କରେ ନିଜର ଅନୁଭୂତି ଓ ସେମାନଙ୍କର ସମାଜ ପ୍ରତି କରେଇଥିବା ସଚେତନତା ବିଷୟରେ କହିଥିଲେ । ଉପଦେଷ୍ଟା ସୁଧାଂଶୁ ମହାପାତ୍ର, ସଭାପତି ବନ୍ଦନା ପଣ୍ଡା ଓ ସମ୍ପାଦକ କେଶବ ରଣାଙ୍କ ନେତୃତ୍ୱରେ ଆଗାମୀ ସପ୍ତାହରେ ନିକଟ ବସ୍ତିର ଅସହାୟ ଲୋକଙ୍କ ପାଇଁ ରିଲିଫ୍ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଗରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ମଧ୍ୟ ପୁନଃ ଏହି କାର୍ଯ୍ୟ କରିବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ । ଏହି ସଭାରେ ସୁରକ୍ଷାର ସଭାପତି ବନ୍ଦନା ପଣ୍ଡା, ସମ୍ପାଦକ କେଶବ ରଣା, ପରିଚାଳନା ନିର୍ଦ୍ଦେଶିକା ମିଲି ରଣା, ସହକାରୀ ସମ୍ପାଦକ ପ୍ରଦୀପ କୁମାର ଦ୍ୱିବେଦୀ, ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କା, ଶିକ୍ଷକ ବିଜୟ କୁମାର ଦାଶ, କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ଗବେଷକ ତଥା ବୈଜ୍ଞାନିକ ଗୁରୁଦତ୍ତ ପଣ୍ଡା, ରାଜେନ୍ଦ୍ର ମଲ୍ଲିକ, ଲୋଚନ ପ୍ରତାପ ସିଂ, ପବିତ୍ର ସ୍ୱାଇଁ, ବିକି ବିକ୍ରମାଦିତ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।