ଆର ପାରିରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍ ଖାନ୍

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଓ୍ବାଜିଦ୍‌ ଖାନ୍‌ଙ୍କ ଆଉ ଏ ଦୁନିଆରେ ନାହାନ୍ତି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। କିଡ୍‌ନୀ ସଂକ୍ରମଣ ସହ ଏକାଧିକ ରୋଗରେ ପୀଡ଼ିତ ଥିଲେ ଓ୍ବାଜିଦ୍‌ । କିଛି ଦିନ ପୂର୍ବରୁ ଓ୍ବାଜିଦ୍‌ କରୋନାରେ ସଂକ୍ରମିତ ହୋଇଥିଲେ ବୋଲି ସୂଚନା ରହିଥିଲା । ତେବେ କରୋନା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଓ୍ବାଜିଦ୍‌ଙ୍କ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସାଜିଦ୍-ଓ୍ବାଜିଦ୍ ଯୋଡ଼ି ୧୯୯୮ରେ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଯୋଡି ‘ଚୋରି ଚୋରି’, ‘ହ୍ୟାଲୋ ବ୍ରର୍ଦର’, ମୁଝ୍‌ସେ ସାଦି କରୋଗୀ, ପାର୍ଟନର୍‌, ‘ଗର୍ବ ’ ‘ତେରେ ନାମ’, ‘ଦବଙ୍ଗ (ଓ୍ବାନ ଆଣ୍ଡ୍‌ ଟୁ)’, ‘ଓ୍ବାଣ୍ଟେଡ୍‌‌’, ‘ଏକ ଥା ଟାଇଗର୍’, ଦ କିଲର୍, ‘ଆୱାର୍’ ଭଳି ଅନେକ ଫିଲ୍ମରେ ହିଟ୍ ଗୀତ ଦେଇଛନ୍ତି ଏହି ଯୋଡ଼ି। ଶେଷଥର ପାଇଁ ଓ୍ବାଜିଦ୍‌ ସଲମାନ ଖାନ୍‌ଙ୍କ ‘ଭାଇ –ଭାଇ’ ଗୀତଟିକୁ ମଧ୍ୟ କମ୍ପୋଜ୍‌ କରିଥିଲ । ଓ୍ବାଜିଦ୍‌ ଖାନ୍‌ ୨୦୦୮ରେ ସଲମାନଙ୍କ ଫିଲ୍ମ ‘ପାର୍ଟନର୍‌’ରେ ଗୀତ ଗାଇବା ସହିତ ହୁଡ୍‌ ହୁଡ୍‌ ଦବଙ୍ଗ, ଚିନ୍‌ତା ତା ତା ଚିନ୍‌ତା ଓ ଫେଭିକଲ୍‌ ପରି ଲୋକପ୍ରିୟ ଆଇଟମ୍‌ ଗୀତ ଗାଇଥିଲେ । ବଲିଉଡ୍‌ର ଜଣେ ଲୋକପ୍ରିୟ ଗାୟକଙ୍କ ବିୟୋଗ ଯୋଗୁଁ ବଲିଉଡ୍‌ ସ୍ତବ୍ଧ ହୋଇଛନ୍ତି । ଓ୍ବାଜିଦ୍‌ଙ୍କ ବିୟୋଗରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ହର୍ଷଦୀପ କୌର୍‌, ସଙ୍ଗୀତକାର ସଲିମ୍‌ ମର୍ଚ୍ଚାଣ୍ଟ, ବରୁଣ ଧଓ୍ବନ, କୁମାର ସାନୁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ