ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରରେ ଓଡିଆ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ପଲେଇ ପଂଚାୟତର ଅଢଙ୍ଗା ମଲିକେଶ୍ୱରପୁର ଗ୍ରାମର ରାଜକିଶୋର ସେଠୀଙ୍କ ପୁଅ ହୃଷିକେଶ ସେଠୀ(୩୬)ଙ୍କର ବାଙ୍ଗାଲୋର ଠାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ହୃଷିକେଶ ସୋମବାର ପୂର୍ବାହ୍ନରେ କମ୍ପାନୀ ଅଫିସକୁ ଯାଉଥିବା ବେଳେ ଏକ ସିମେଂଟ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ତାଙ୍କ ପରିବାରଟି ଦାରିଦ୍ର‌୍ୟର ତାଡନା ଭିତରେ ଗତି କରୁଥିବା ବେଳେ ପୁଅର ଶବକୁ ସୁଦୁର ବାଙ୍ଗାଲୋରରୁ ଏଠାକୁ ଆଣିବା ସମ୍ଭବ ନୁହେଁ । ତେଣୁ ସରକାର ଏଥିପ୍ରତି ଦୃଷ୍ଟିଦେଇ ହୃଷିକେଶର ଶବକୁ ବାଙ୍ଗାଲୋରରୁ ଏଠାକୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ