ସରପଞ୍ଚ ଘରେ ଭିଜିଲାନ୍ସ ଚଢାଉ
ଦିଗପହଣ୍ଡି ,( ଯୁଗାବ୍ଦ ନ୍ୟୁଜ୍) : ଦିଗପହଣ୍ଡି ବ୍ଲକ ଆଙ୍କରଡାର ସରପଞ୍ଚ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଆୟବହିଭୁତ ସଂମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ସରପଞ୍ଚ ଉଷାନ୍ତ ସାହୁଙ୍କ ମଦୀୟ ବାସଭବନ ସହ ୬ ଟି ସ୍ଥାନରେ ଏକ କାଳିନ ଚଢାଉ କରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ଦିଗପହଣ୍ଡିରେ ନିଳାଦ୍ରି ବିହାର ସ୍ଥିତ ଦୁଇ ମହଲା କୋଠା ସମେତ ଦିଗପହଣ୍ଡି ବଜାରରେ ଥିବା ୩ ମହଲା କୋଠା ଓ ଗରେଜ , ନବରଙ୍ଗପୁର ଗାଁ , ପଞ୍ଚାୟତ ଅଫିସ ଆଦି ସ୍ଥାନରେ ଚଢାଉ କରିଛି । ତାଙ୍କ ଜୀବନ ମଧ୍ୟରେ ସେ ୨୦୦୮ ମସିହା ଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ ସମିତି ସଭ୍ୟ ଓ ଏହା ପରେ ତାଙ୍କର ଧର୍ମପତ୍ନୀ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ ଥିଲେ । ଉଷାନ୍ତ ସାହୁ ୨୦୧୭ ପରଠାରୁ ସରପଞ୍ଚ ଅଛନ୍ତି ।