ଗଣେଶପୂଜା ପାଇଁ ପୋଲିସର ପ୍ରସ୍ତୁତି ବୈଠକ

ଛତ୍ରପୁର(ଓ୍ବାଇଏନଏସ): ଆସନ୍ତା ୧୪ ତାରିଖ ଗଣେଶପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଛତ୍ରପୁର ପୋଲିସ ପକ୍ଷରୁ ପୂଜା କମିଟିଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ଛତ୍ରପୁର ଥାନା ପରିସରରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଥିଲା। ଏସଡିପିଓ ଚନ୍ଦନ କୁମାର ଘଡ଼ାଇ ଓ ପୌରପରିଷଦର ଇଓ ପ୍ରସନ୍ନ କୁମାର ଦାଶ ଯୋଗଦେଇଥିଲେ। ରାତି ୧୦ଟା ପରେ ଲାଉଡ୍‌ସ୍ପିକର ବ୍ୟବହାର, ୬୫ ଡେସିବେଲ୍‌ରୁ ଅଧିକ ଶବ୍ଦଓ ଅଶ୍ଳୀଳ ନୃତ୍ୟ ଉପରେ ରୋକ୍‌ ଲଗାଯାଇଛି। ପୂଜାମଣ୍ଡପରେ ସିସିଟିଭି, ଅଗ୍ନିନିର୍ବାପକ ଓ ବିଦ୍ୟୁତ୍‌ ସୁରକ୍ଷା ବ୍ୟବସ୍ଥା ଅନିବାର୍ଯ୍ୟ କରାଯାଇଛି। ପେଣ୍ଡାଲ ଓ ତୋରଣ ପାଇଁ ଷ୍ଟ୍ରକଚରାଲ୍‌ ସାର୍ଟିଫିକେଟ୍‌ ନେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଭସାଣି ପାଇଁ ପୋଲିସର ଅନୁମତି ଓ ନିର୍ଦ୍ଧାରିତ ରୁଟ୍‌ ଅନୁସରଣ କରିବାକୁ କୁହାଯାଇଛି। ବୈଠକରେ ୪୦ ରୁ ଅଧିକା ପୂଜାମଣ୍ଡପର କର୍ମକର୍ତ୍ତା ଏବେ ଡିଜେ ମାଲିକ ମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ