“ସୋ ଏମ ଆଇ ଫାଉଣ୍ଡେସନ” ପକ୍ଷରୁ ପୂଜକଙ୍କୁ ରାସନ ବଣ୍ଟନ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): କୋରନା ଲକ ଡାଉନ ଯୋଗୁଁ ଗରିବ,ଚାଷୀ,ମୂଲିଆ,ବିପିଏଲ କାର୍ଡ ଧାରୀ ବ୍ୟକ୍ତି ବିଶେଷ ଆର୍ଥିକ ସ୍ତରରେ ଯଥେଷ୍ଟ ପ୍ରଭାବିତ ହୋଇଛନ୍ତି।ତେଣୁ ସେମାନଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାନା ପ୍ରକାର ଯୋଜନାରେ ସହାୟତା ପ୍ରଦାନ କରୁଛନ୍ତି। ମାତ୍ର ନିମ୍ନ ମଧ୍ୟବିତ୍ତ ଲୋକଙ୍କ ପାଇଁ କୌଣସି ସହାୟତା ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ।ଆଉ ଏହି କ୍ରମରେ ଆମ ରୀତି ନୀତି ଧର୍ମ ଓ ପରମ୍ପରା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ବିଭିନ୍ନ ମଠ ମନ୍ଦିରର ପୂଜକ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଆମ ଧର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପୂଜା ଏବଂ ପୂଜକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି ଆସିଛି। କିନ୍ତୁ ଆର୍ଥିକ ଅନାଟନ କାରଣରୁ ସେମାନେ ଯଦି ଏଥିରୁ ଦୂରେଇ ଯାଆନ୍ତି ତାହେଲେ ଭବିଷ୍ୟତ ରେ ଆମର ବିବାହ, ବ୍ରତ,ପୂଜା ଏପରିକି ଆମେ ଆମର ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ମଧ୍ୟ ଦେବାରେ ସମସ୍ୟା ସୃଷ୍ଟି ହେବ। ତେଣୁ “ସୋ ଏମ ଆଇ ଫାଉଣ୍ଡେସନ” ପୂଜକ ତଥା ପୂଜା ପରମ୍ପରା କୁ ବଞ୍ଚାଇବା ପାଇଁ ମୟୁରଭଞ୍ଜ ରାଜ ପରିବାରର ପୃଷ୍ଠପୋଷକତାରେ ବାରିପଦା ସହରର ୧୦୮ ଜଣ ପୂଜକଙ୍କୁ ପ୍ରାୟ ପନ୍ଦର ଦିନର ରାସନ ପ୍ରଦାନ କରିଛି। ବାରିପଦା ଷ୍ଟାଡିଅମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ,ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ଏବଂ ରାଜଜେମା ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ ପ୍ରମୁଖ ଏସବୁର ବଣ୍ଟନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ