ସ୍ତ୍ରୀର ଚରିତ୍ରକୁ ନେଇ ଯୁବକର ଆତ୍ମହତ୍ୟା !
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟଚରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ହାଟବାଦଡା ଫାଣ୍ଡି ଅନ୍ତର୍ଗତ ବଡାମକୁରୁଡି ଗାଁ (ଜାମୁଡି ସାହି)ର ଜନୈକ ବିବାହିତ ଯୁବକ ପିଣ୍ଟୁ ଦଳେଇ ଗୁହାଳ ଘର ରଳାରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ମଙ୍ଗଳବାର ସକାଳେ ପିଣ୍ଟୁ ଦଳେଇର ସ୍ତ୍ରୀ ସୁମତି ଦଳେଇ ଗୁହାଳ ଘର ରଳାରେ ଦେଖିଲା ଯେ ତା’ର ସ୍ୱାମୀ ଝୁଲନ୍ତା ଅବସ୍ଥାରେ ଅଛି ।ସେ କାନ୍ଦି କାନ୍ଦି ଶୋଇଥିବା ତା’ର ଦିଅର ରୁଦ୍ର ଦଳେଇକୁ ଉଠାଇ ସବୁକିଛି କହିଲା ।ପରେ ଗାଁର ଅନିଲ ଦଳେଇ, ଚିତ୍ରସେନ ଦଳେଇ, ଦେବାଶିଷ ପଲେଇ ପ୍ରମୁଖ ପିଣ୍ଟୁ ଦଳେଇକୁ ଫାଶୀ ଅବସ୍ଥାରେ ଓହ୍ଲାଇ ଦେଖନ୍ତେ ତା’ର ପ୍ରାଣବାୟୁ ଉଡି ଯାଇଛି ।ପରେ ଥାନାକୁ ଖବର ଦେଇଥିଲେ ।ଥାନା ବାଲା ଏକ ମାମଲା ୧୩/୨୦ କେଶ ରୁଜୁ କରି ମୃତକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ପିଣ୍ଟୁ ଦଳେଇର ଶଳାମାନେ କହିଛନ୍ତି ଯେ ସୁମତି ଅନ୍ୟ ଯୁବକ ସହ ଅନୈତିକ ସଂପର୍କରେ ଅତିଷ୍ଠ ହୋଇ ଏହିଭଳି ଚରମ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଥିଲା ।ମରିବା ପୂର୍ବରୁ ଏକ ଭିଡିଓ ରେକର୍ଡ ମୋବାଇଲରେ ଅଛି । ପୋଲିସ ତଦନ୍ତ କରି ପିଣ୍ଟୁ ଦଳେଇକୁ ନ୍ୟାୟ ଦିଅନ୍ତୁ ବୋଲି ଶଳାମାନେ ଏବଂ ପରିବାରଲୋକେ ଦାବି କରିଛନ୍ତି ।


