୧୦ ମିନିଟରେ କୋଭିଡ୍‌ ଟେଷ୍ଟ୍‌

ନୂଆଦିଲ୍ଲୀ: କୋଭିଡ୍‌ ପରୀକ୍ଷଣକୁ ତ୍ବରିତ କରିବା ଲାଗି ସମ୍ପ୍ରତି ଏକ ନୂଆ ଉପାୟ ଉଦ୍ଭାବନ କରାଯାଇଛି। ଏହା ମାଧ୍ୟମରେ ମାତ୍ର ୧୦ ମିନିଟ୍‌ରେ କୋଭିଡ୍‌ ପରୀକ୍ଷର ହୋଇପାରିବ। କୌଣସି ଲକ୍ଷଣ ନଥାଇ ବି ବ୍ୟାପୁଛି କରୋନା ଭୂତାଣୁ ଏବଂ ମଣିଷ ଶରୀରରେ ଭୂତାଣୁ ଥାଇ ବି ରିପୋର୍ଟରେ ନେଗେଟିଭ୍‌ ଆସୁଛି। ଏଭଳି ଚିନ୍ତାଜନକ ପରିସ୍ଥିତିର ଅନ୍ତ ଘଟିବ ଏବଂ ମାତ୍ର ୧୦ ମିନଟ୍‌ରେ ନିଶ୍ଚିତ ଠିକ୍‌ ରିପୋର୍ଟ ଆସିବାର ଉପାୟ ବାହାରିଛି। ଜଣେ ଭାରତୀୟ ବଂଶୋଦ୍ଭବ ଗବେଷକଙ୍କ ନେତୃତ୍ୱରେ ଆମେରିକୀୟ ବୈଜ୍ଞାନିକମାନେ ଏକ ନିଦାନ ଟେଷ୍ଟ ବାହାର କରିଛନ୍ତି, ଯେଉଁଥିରେ ମାତ୍ର ୧୦ ମିନଟ୍‌ରେ ଦେଖିହେବ, ସଂପୃକ୍ତ ରୋଗୀଙ୍କ ଦେହରେ କରୋନାଭୂତାଣୁ ଅଛି କି ନାହିଁ। ଏହି ଟେଷ୍ଟରେ ରକ୍ତର ପ୍ଲାଜ୍‌ମାରେ ଏକ ରଙ୍ଗ ପରିବର୍ତ୍ତନ ଦେଖାଯାଏ, ଯାହା ସ୍ପଷ୍ଟ କରିଥାଏ, ଭୂତାଣୁ ଅଛି କି ନାହିଁ। ବୈଜ୍ଞାନିକ ଭାଷାରେ ସେଇ ରକ୍ତ ଉପାଦାନକୁ କହାଯାଉଛି ପ୍ଲଜ୍‌ମୋନିକ୍‌ ଗୋଲ୍‌ଡ୍‌ ନାନୋ ପାର୍ଟିକଲ୍‌ସ୍‌।ୟୁନିଭର୍ସିଟି ଅଫ୍‌ ମ୍ୟାରିଲାଣ୍ଡ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଡାୟାଗ୍ନୋଷ୍ଟିକ୍‌ ରେଡ଼ିଓଲୋଜି ଓ ନ୍ୟୁକ୍ଲିୟର ମେଡିସିନ୍‌ ଓ ପେଡିଆଟ୍ରିକ୍‌ସ୍‌ର ପ୍ରାଧ୍ୟାପକ ଦୀପାଞ୍ଜନଙ୍କ ନେତୃତ୍ୱରେ ଏହି ଗବେଷଣା ହେଉଛି। ରୋଗୀଙ୍କ ନାକର ସ୍ବାବ୍‌ ବା ସାଲିଭା ନମୁନା ପାଇବା ପରେ ସେଇ ନମୁନାରୁ ଆର୍‌ଏନ୍‌ଏ ବାହାର କରାଯାଏ, ଯାହା ମାତ୍ର ୧୦ ମିନଟ୍‌ ଲାଗେ। ପରେ ସେଇଥିରୁ ଏକ ନିର୍ଦିଷ୍ଟ ପ୍ରୋଟିକ୍‌ କଣିକା ଠାବ କରି କରୋନାଭୂତାଣୁକୁ ଚିହ୍ନଟ କରାଯାଏ। ଏବେ ଯେତେ ଟେଷ୍ଟ ବ୍ୟବସ୍ଥା ଅଛି, ସବୁଗୁଡ଼ିକ କେବଳ ସଂକ୍ରମଣର କିଛି ଦିନ ପରେ ଭୂତାଣୁ ଠାବ କରିବାରେ ସଫଳ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ