‘ଓଡିଶା ମୋ ପରିବାର’ ପକ୍ଷରୁ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ଅଦୃଶ୍ୟ ମହାମାରୀ ‘କରୋନା’ର ପ୍ରାଦୁର୍ଭାବ କାରଣରୁ ଓଡିଶାର ଭିତରେ ଓ ବାହାର ରାଜ୍ୟର ଥିବା ପ୍ରବାସୀ ଶ୍ରମିକ ଭାଇମାନଙ୍କ ଅକଥନୀୟ ଓ ଦୟନୀୟ ଅବସ୍ଥାରେ ଶହଶହ କିମି ଦୂର ଚାଲି ଚାଲି ଓ ସାଇକେଲରେ ଜୀବନକୁ ବିପନ୍ନ କରି ଭୋକ ଉପବାସରେ,ଦେହ ଖରାପ ହେବା,ଖରା, ବର୍ଷା,ବିଜୁଳି, ଜୀବଜନ୍ତୁ,ସର୍ପକୁ ଖାତିର ନ କରି ଘର ମୁହାଁ ଚାଲିଛନ୍ତି ।ଏହି ଶ୍ରମିକମାନଙ୍କ ଲୁହ ଛଳଛଳ ଆଖିରେ ଦୁଃଖ କଷ୍ଟକୁ ଦେଖି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସମବେଦନା କରିବା ସହ ସେମାନଙ୍କ ପାଇଁ ‘ ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମ ନେଇ ଓଡ଼ିଶାର ୧୨ଟି ପ୍ରବେଶ ଦ୍ଵାର ‘ଫାଟକ’ ନିକଟରେ ପଥାଚାରୀ ସହାୟତା କେନ୍ଦ୍ର ଖୋଲିଛନ୍ତି । ସେହିଠାରେ ଯେତେଦିନ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକ ବାହାର ରାଜ୍ୟକୁ ଯାଉଥୀବେ ଏହଂ ଆମ ରାଜ୍ୟର ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ଆସୁଥିବେ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ନି଼ଃଶୁ୍ଳ୍କ ଯୋଗାଇ ଦିଆଯିବ ।ଓଡ଼ିଶା ପୂଣ୍ୟ ମାଟିରେ ଖାଦ୍ୟ ଓ ପାଣି ବିନା କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ସେଥିପାଇଁ ଓଡ଼ିଶାର ୧୨ ଟି ପଥାଚାରୀ ସହାୟତା କେନ୍ଦ୍ର ରୁ ମୟୂରଭଂଜ ଜିଲ୍ଲାର ଦୁଇଟି ସହାୟତା କେନ୍ଦ୍ର ସିମାନ୍ତ ତିରିଂ ଓ ଝାରପୋଖରୀଆରେ ସରକାରଙ୍କ ତରଫରୁ ଖୋଲାଯାଇଛି । ସୋମବାର ଦିନ ‘ଓଡିଶା ମୋ ପରିବାର’ ର ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ ମୟୂରଭଂଜ ଗସ୍ତରେ ଆସି ତିରିଂ ଠାରେ ପୂର୍ବାହ୍ନରେ ସହାୟତା କେନ୍ଦ୍ରରେ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ତାଙ୍କ ସହିତ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ପୂର୍ବତନ ମୟୂରଭଂଜ ଏସଡିସି ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ଓଡ଼ିଶା ବିଜେଡି ସାଂଗଠନିକ ସଂପାଦକ ତଥା ମୟୂରଭଂଜ ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ (ବବି ଭାଇ)ଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି ଏବଂ ସୁବ୍ରତ ଛାଟୋଇ, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥହେମ୍ବ୍ରମ, ମୋରଡା ବିଧାୟକ ରାଜକିଶୋର ଦାସ, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାହିବା ଶୁଶିଲ ହାଁସଦା,ତିରିଂ ବ୍ଲକ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି, ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା , ରତିକାନ୍ତ ପରୀକ୍ଷା,ଜଲେନ୍ ନାଏକ,ବଳଦେବ ହେମ୍ବ୍ରମ,ସଚିନ ଦାସ, ଦିପ୍ତୀମାନ ବଳ, ତନୁଜା ମହାନ୍ତ, ବାସନ୍ତୀ ମାରାଣ୍ଡି,ଗଣେଶ ମିଶ୍ର, ବିକାଶ ମହାନ୍ତ,ପ୍ରତିଭା ମହାନ୍ତ,ନମିତା ହୋତା,ନାୟକେ ଶୁଙ୍ଘି, ବିଶ୍ୱନାଥ ସୋରେନ, ଜୀତରାୟ ବାସ୍କେ,ଲାଲ ମୋହନ ବାରିକଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ । ଝାରଖଣ୍ଡ ଆଡୁ ସାଇକେଲରେ ଏବଂ ଚାଲି ଚାଲି ଆସୁଥିବା ପ୍ରବାସୀ ଶ୍ରମିକ ଭାଇଭଉଣୀ ମାନଙ୍କୁ ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଜେଡି ଜିଲ୍ଲା ସଭାପତି କାଶୀନାଥ ପ୍ରମୁଖ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରି ସେମାନଙ୍କୁ ଭୋକିଲି ପେଟରେ ଓ ତୃଷାର୍ତ୍ତ ଆତ୍ମାକୁ ଶାନ୍ତି ଦେଇଥିଲେ ।ହସହସ ମୁହଁରେ ଛଳ ଛଳ ଆଖିରେ ସେମାନେ କୃତଜ୍ଞତା ଜଣାଇଥିଲେ ।


